ଅନୁଗୁଳ: ମହିଳାଙ୍କ ଉପରେ ଅଶୋଭନୀୟ ମନ୍ତବ୍ୟ ଦେବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭାରି ପଡ଼ିଛି। ଏହାକୁ ନେଇ ସମଗ୍ର ଦେଶରେ ମହିଳାମାନେ ତାତିବା ସହ ନୀତିଶ କୁମାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ମଧ୍ୟ ଶୁକ୍ରବାର ରାଜା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନୀତିଶ କୁମାରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳାମାନେ ନୀତିଶ କୁମାର ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଯୋଗଦେଇ ମହିଳାଙ୍କ ଉପରେ ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭଦ୍ର ମନ୍ତବ୍ୟ ସମଗ୍ର ନାରୀ ସମାଜ ଉପରେ କୁଠାରଘାତ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ସମେତ ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂଘମିତ୍ରା ପ୍ରଧାନ, ରାଜ୍ୟ ସୋସିଆଲ ମିଡ଼ିଆ ସଂଯୋଜିକା ସୁଚିସ୍ମିତା ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦିକା ଶୋଭାଗିନୀ ପ୍ରଧାନ, ଜିଲ୍ଲା ଉପାଧ୍ୟକ୍ଷା ଇତିଶ୍ରୀ ସେନାପତି, କୋଷାଧ୍ୟକ୍ଷା ଅପର୍ଣ୍ଣା ସାହୁ, କାଉନସିଲର ପ୍ରଜ୍ଞା ଦାସ, ମାଧବୀ ମହାପାତ୍ର, ପଙ୍କଜିନି ପଣ୍ଡା, କଳ୍ପନା ଦଳ ବେହେରା, ତିଳୋତ୍ତମା ସାମନ୍ତ, ବାସନ୍ତୀ ସାହୁ, ନମିତା ସାହୁ, ନାସରିନ ବେଗମ ପ୍ରମୁଖ ଉପସ୍ଥିତ ଥିଲେ।