କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନିନ୍ଦା, କ୍ୟାଣ୍ଡେଲ ଜଳାଇ ପ୍ରତିବାଦ କଲେ ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ

You are currently viewing କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନିନ୍ଦା, କ୍ୟାଣ୍ଡେଲ ଜଳାଇ ପ୍ରତିବାଦ କଲେ ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ

ଅନୁଗୁଳ : କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଦୋଷୀକୁ ଦଣ୍ଡ ଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏବେ ସବୁ ଆଡ଼େ ଲୋକେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। ଏହି ଧାରାରେ ଆଜି ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏ ଅବସରରେ କ୍ୟାଣ୍ଡେଲ ଜଳାଇ ବିଜେପି କର୍ମୀ ପଶ୍ଚିମବଙ୍ଗ ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ। ଏଥିସହ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ।

ଅନ୍ୟମାନଙ୍କ ଜିଲ୍ଲା ଉପ ସଭାପତି ଅମୀୟ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ବିଶ୍ୱଜିତ ମିଶ୍ର, ସୋମନାଥ ରାଉତ, ବିଜୟ ମାଝୀ, ସିଦ୍ଧାର୍ଥ ରାଉତରାୟ, ବସନ୍ତ ମଞ୍ଜରୀ ପ୍ରଧାନ, ସୁଜାତା ଦାସ, ସରିତା ମିଶ୍ର, ନମିତା ଦଳ ବେହେରା, ଅପର୍ଣ୍ଣା ସାହୁ, ଶୁଚିସ୍ମିତା ତ୍ରିପାଠୀ, ମଞ୍ଜୁଲତା ସାହୁ, ରୋଜାଲିନ ଦାସ, ଦିଲ୍ଲୀପ ଦାସ, ମିଳାପ ପ୍ରଧାନ, କୁନା ଗଡ଼ନାୟକ, ଅର୍ଜୁନ ମୁଦୁଲି, ପ୍ରଦୀପ ପ୍ରଧାନ, ପ୍ରକାଶ ମଙ୍ଗରାଜ, ସନ୍ତୋଷ ନାଏକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply