ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା: ଅନୁଗୁଳ ଜିଲ୍ଲାରେ ୫ ଲକ୍ଷ ସଦସ୍ୟତା କରିବାକୁ ଲକ୍ଷ୍ୟ

You are currently viewing ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା: ଅନୁଗୁଳ ଜିଲ୍ଲାରେ ୫ ଲକ୍ଷ ସଦସ୍ୟତା କରିବାକୁ ଲକ୍ଷ୍ୟ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାକୁ ବରିଷ୍ଠ ବିଜେପି ନେତା ତଥା ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉଦଘାଟନ କରିଥିଲେ। ଅନୁଗୁଳ ଜିଲ୍ଲାରେ ପାଞ୍ଚ ଲକ୍ଷ ବିଜେପି ସଦସ୍ୟ କରିବାକୁ ଶ୍ରୀ ପାଣି ପରାମର୍ଶ ଦେଇଥିଲେ। ବିଜେପି ରାଜ୍ୟ ସମ୍ପାଦିକା ତଥା ଅନୁଗୁଳ ଜିଲ୍ଲା ସଦସ୍ୟତା ଅଭିଯାନର ପ୍ରଭାରୀ ସିପ୍ରା ବାଜପେୟୀ ଯୋଗଦେଇ ସମସ୍ତ ମଣ୍ଡଳ ସ୍ତରରେ କର୍ମଶାଳା ଆୟୋଜନ କରିବା ସହ ଶକ୍ତି କେନ୍ଦ୍ର ଓ ବୁଥ ସ୍ତରରେ ଘରକୁ ଘର ଯାଇ ସଦସ୍ୟତା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଡିଜିଟାଲ ମାଧ୍ୟମରେ 8800002024 ମିସ୍ କଲ ମାଧ୍ୟମରେ, ବିଜେପି ୱେବ ସାଇଟରେ, ଫର୍ମ ପୂରଣ କରି ଏବଂ ନମୋ ଆପ ମାଧ୍ୟମରେ କିଭଳି ସଦସ୍ୟତା କରାଯିବ ତାହା ଟ୍ରେନିଙ୍ଗ ଦିଆଯାଇଥିଲା। ଆଗାମୀ ୨୬, ୨୭ ଓ ୨୮ ତିନି ଦିନ ଧରି ଜିଲ୍ଲାର ସମସ୍ତ ୩୧ ଟି ମଣ୍ଡଳରେ ଏହି ସଦସ୍ୟତା କର୍ମଶାଳା ଅନୁଷ୍ଠିତ ହେବ।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲା ବିଜେପି ସଦସ୍ୟତାର ଜିଲ୍ଲା ପ୍ରମୁଖ ଦିଲ୍ଲୀପ ପ୍ରଧାନ, ପ୍ରାକ୍ତନ ବିଧାୟକ ରମେଶ ସାଏ, ଜିଲ୍ଲା ସଦସ୍ୟତା ସହ ପ୍ରମୁଖ ସୁଦିପ ଗଡ଼ନାୟକ, ପର୍ଶୁରାମ ବାରିକ, ଭବାନୀ ଜ୍ୟୋତିଷ ରାୟ, ପ୍ରତିମା ମିଶ୍ରଙ୍କ ସହ ସମସ୍ତ ପଦାଧିକାରୀ, ଜିଲ୍ଲା ଟିମ, ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ମଣ୍ଡଳ ସଦସ୍ୟତା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply