ଅନୁଗୁଳ: ବିଜେପିରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲାର ଏକାଧିକ ବିଜେଡି ଓ କଂଗ୍ରେସ ନେତା। ଅନୁଗୁଳ ବ୍ଲକର ବରିଷ୍ଠ ବିଜେଡି ନେତା, ୨ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ହାଡ଼ିବନ୍ଧୁ ଦେହୁରୀ, ବଅଁରପାଳ ବ୍ଲକର ପୂର୍ବତନ କଂଗ୍ରେସର ସଭାପତି ଦିଲ୍ଲୀପ ରାଉତ, କୁଲାଡ଼ ସରପଞ୍ଚ ଉଷାରାଣୀ ସ୍ଵାଇଁ, ଅଭିନେତା ତଥା ସମାଜସେବୀ ସୁକାନ୍ତ ବେହେରା, ନାଏବ ସରପଞ୍ଚ ଅଶୋକ ଜେନା, ପୂର୍ବତନ ସମିତି ସଭ୍ୟ ସୁଶିଲ୍ ବିଶୋଇ, କୁଲାଡ଼ ଟ୍ରକ୍ ମାଲିକ ଉପସଭାପତି ରିଙ୍କୁ ସାମନ୍ତ, କୋଷାଧ୍ଯକ୍ଷ ମୁକେଶ ଜେନା, ବାଳୁଅକଟା ଗ୍ରାମ ପଞ୍ଚାୟତର ବିଜେଡି ନେତା ଗୋବିନ୍ଦ ସାହୁ, ବୁଢାପଙ୍କ ବାସିନ୍ଦା ତଥା ଓଡିଶା ପୋଲିସ୍ ସଂଘର ପୂର୍ବତନ ସମ୍ପାଦକ ପ୍ରସନ୍ନ ମହାନ୍ତି, କୁମୁରିସିଂହା ସମବାୟ ସମିତିର ସଭାପତି କଂଗ୍ରେସ ନେତା ପ୍ରତାପ ପ୍ରଧାନ, କୁଲାଡ଼ ଗ୍ରାମ ପଞ୍ଚାୟତର ୱାର୍ଡ ମେମ୍ବର କଳାବତୀ ବେହେରା, ରିନାରାଣୀ ଦଳବେହେରା, ମହିମା ମଞ୍ଜରୀ ସିଂହଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ ଦଳ ନେତା ଆଜି ବିଜେପିରେ ଯୋଗ ଦେଇଛନ୍ତି।
ଏ ଅବସରରେ ବିଜେପି ଓଡିଶାର ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ, ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ଅନୁଗୁଳ ବିଧାନସଭାର ପ୍ରଭାରୀ ଯଯାତି ପଟ୍ଟନାୟକ, ବିଜେପି ନେତା ବଅଁରପାଳ ବ୍ଲକର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଛବିମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।