ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୩ ନମ୍ବର ଜୋନ୍ ଅନ୍ତର୍ଗତ ଖଲାରୀ ମଣ୍ଡଳ ବଲାସିଂଘା ଗ୍ରାମ ପଞ୍ଚାୟତର ପଣ୍ଡପୁର ଓ ବିଶ୍ବନାଥପୁର ଗ୍ରାମର ବହୁ ବିଜେଡି କର୍ମୀ ଆଜି ବିଜେପିରେ ମିଶିଛନ୍ତି। ସ୍ଥାନୀୟ ମିଶ୍ରପଡା ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବିଜେଡି ସରକାର ଦ୍ବାରା ପ୍ରଚାର କରାଯାଉଥିବା ମିଥ୍ୟା ପ୍ରତିଶ୍ରୁତି, ଅନ୍ୟାୟ ଓ ଅନୀତିକୁ ବିରୋଧ କରି ବିଜେପିର କାର୍ଯ୍ୟରେ ଅନୁପ୍ରାଣିତ ହୋଇ କର୍ମୀମାନେ ପଦ୍ମ ଧରିଥିବା କହିଛନ୍ତି। ଶ୍ରୀଯୁକ୍ତ ପ୍ରଧାନ ସେମାନଙ୍କୁ ଦଳୀୟ ଉତ୍ତରୀ ଦେଇ ଦଳକୁ ସ୍ବାଗତ କରିଥିଲେ। ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବିଜେପି ନେତା ଦୁଃଖବନ୍ଧୁ ସାହୁ, ସୁନିଆ ବେହେରା, ଦୁଷ୍ମନ୍ତ ଗଡନାୟକ, ମାଧବ ଭୋଇ, ତ୍ରିନାଥ ବେହେରା, ମେଘନାଦ ସେଠି, ଅଞ୍ଜଳି ଭୋଇ, ବିନତା ଭୋଇ, ସନ୍ଧ୍ୟା ଭୋଇ, ନିହଲି ଭୋଇ ଓ ଟୁନା ଗଡନାୟକଙ୍କ ସମେତ ବହୁ ଯୁବନେତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ବିଜେପିର ମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଏକାଧିକ ବିଜେଡି କର୍ମୀ
- Post published:April 18, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
