ଶଙ୍ଖ ଓ ହାତ ଛାଡ଼ି ପଦ୍ମ ଧରିଲେ ଅନୁଗୁଳର ଏକାଧିକ ନେତା, ନୂଆଦିଲ୍ଲୀରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

You are currently viewing ଶଙ୍ଖ ଓ ହାତ ଛାଡ଼ି ପଦ୍ମ ଧରିଲେ ଅନୁଗୁଳର ଏକାଧିକ ନେତା, ନୂଆଦିଲ୍ଲୀରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନୁଗୁଳ ଜିଲ୍ଲାର ବହୁ ନେତା ମନ୍ତ୍ରୀ ଆଜି ବିଜେପିରେ ଯୋଗ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରି ତାଙ୍କ ଉପସ୍ଥିତିରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୨ ନମ୍ବର ଜୋନ୍ ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ପ୍ରଧାନ, ପୋକତୁଙ୍ଗା ସେବା ସମବାୟ ସମିତିର ସଭାପତି ମାମିଲତା ପ୍ରଧାନ, ନନ୍ଦପୁର ପଞ୍ଚାୟତର କଂଗ୍ରେସ ନେତା ରଞ୍ଜନ କୁମାର ସାହୁ, ବିଜେଡି ନେତା ଦେବରଞ୍ଜନ ଦେହୁରୀ, କଂଗ୍ରେସ ନେତା ଅଜୟ ପ୍ରଧାନ, ଅମର ବେହେରା, ଦୁଷ୍ମନ୍ତ ପ୍ରଧାନ, ପ୍ରଶାନ୍ତ ସାହୁ, ଲିଟୁ ଦେହୁରୀ, ଧୋକୁଟା ପଞ୍ଚାୟତ କଂଗ୍ରେସର ଯୁବନେତା ତରୁଣ ପ୍ରଧାନ ପଦ୍ମ ଧରିଛନ୍ତି।

ଏ ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସମସ୍ତଙ୍କୁ ବିଜେପିକୁ ସ୍ଵାଗତ କରୁଛି। ସମସ୍ତଙ୍କ ଯୋଗଦାନରେ ପୋକତୁଙ୍ଗା, ଧୋକୁଟା ଓ ନନ୍ଦପୁର ଗ୍ରାମ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଆଶା ଓ ବିଶ୍ବାସ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Share

Leave a Reply