ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

You are currently viewing ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀକୁ ଧୁମଧାମରେ ପାଳନ କରିବା ପାଇଁ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି ଯେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ଥିଲେ ଏବଂ ଅଖଣ୍ଡ ଭାରତର ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ଦେଶରେ ଥିବା ଛୋଟ ଛୋଟ ରାଜ୍ୟଗୁଡ଼ିକୁ ଏକତ୍ରୀକରଣ କରିଥିଲେ। ସେଥିପାଇଁ ତାଙ୍କୁ ‘ଲୌହ ମାନବ’ ବୋଲି କୁହାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାରଙ୍କ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରି ବିଶ୍ୱ ରେକର୍ଡ କରିଛନ୍ତି। ତାଙ୍କ ଜୟନ୍ତୀକୁ ଉତ୍ତମ ଭାବେ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ବୈଠକରେ ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ଉପସଭାପତି ଚୌଧୁରୀ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ୍ ଗଡ଼ନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ, ବିଧାନସଭା ସଂଯୋଜକ ପ୍ରହଲ୍ଲାଦ ସାମଲ, ଅକ୍ଷୟପାଦ ବେହେରା, ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ଦିଲ୍ଲୀପ ଦାସ ଓ ଗୋପବନ୍ଧୁ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରିବା ନେଇ ଆଲୋଚନା କରିଛନ୍ତି।

Share

Leave a Reply