ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କ ସାମ୍ବାଦିକ ସମ୍ମିଳନୀ

You are currently viewing ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କ ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପି ସମର୍ଥିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆଜି ପାର୍ଟି ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରକାଶ କରିଥିଲେ। ଅଧିକାଂଶ ସଭ୍ୟ ବିଜେଡି ସରକାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ। ପଲ୍ଲୀସଭା,ଗ୍ରାମସଭା ନ କରି ବ୍ଲକ୍ ଅଧିକାରୀ ମାନଙ୍କ ସହଯୋଗରେ କାମ କରିବା ତଥା ବିଜେପି ଦଳର ସରପଞ୍ଚ ଯେଉଁଠି ଅଛନ୍ତି ସେଠାରେ ଜାଣିଶୁଣି ଉନ୍ନୟନ କାମରେ ଅସହଯୋଗ କରିବା କଥା ନେଇ ବହୁ ଅଭିଯୋଗ ଉଠିଥିଲା। ଏହାଛଡା ଜଗନ୍ନାଥ ପ୍ରକଳ୍ପ ସମାରୋହ l ନାମରେ ପ୍ରତି ପଞ୍ଚାୟତକୁ ଦୁଇ ଲକ୍ଷ ଟଙ୍କା ଦିଆଯାଉଥିବା ବେଳେ ବିଜେପି ସରପଞ୍ଚ ଥିବା ଅଞ୍ଚଳରେ ଏହା ଦିଆଯାଉନାହିଁ।

ବିଜେଡି ଦଳର କୁଜି ନେତା ମାନେ ଗାଁ କାମ ଭାଗ ବାଣ୍ଟି ବ୍ଲକ୍ ରୁ ନେଇ କରୁଛନ୍ତି ଯାହା ଫଳରେ କି କାମ ନିମ୍ନ ମାନର ହେଉଛି। ପ୍ରତିବାଦ କଲେ କେହି ଶୁଣୁ ନାହାନ୍ତି।ନିର୍ବାଚନକୁ ଆଖିରେ ରଖି ଶାସକ ଦଳ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ମନୁ ନାହାନ୍ତି। ଜେଇ,ଇଞ୍ଜିନିୟରଙ୍କୁ ଲଗାଇ ବିରୋଧୀ ଜନ ପ୍ରତିନିଧିଙ୍କ କାମର ବିଲକୁ କାଟି ଦିଆଯାଉଛି।୨୦ ପ୍ରତିଶତ ପିସୀ ମଗା ଯାଉଛି। ଏସବୁ ଯଦି ବନ୍ଦ ନ ହୁଏ ଖୁବ୍ ଶୀଘ୍ର ବିଜେପି ସରପଞ୍ଚ ଓ ସମିତି ସଭ୍ୟ ରାଜରାସ୍ତାକୁକୁ ଓହ୍ଲାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। କାଙ୍ଗୁଲା ବେନ୍ତପୁର,ଅଙ୍ଗରବନ୍ଧ ଛେଳିଆପଡ଼ା, ଗଡତରାସ, ଇଙ୍କରବନ୍ଧ, ବଡକେରା ଆଦି ଅଞ୍ଚଳର ବିଜେପି ସରପଞ୍ଚ ଓ ସମିତି ସଭ୍ୟମାନେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ।

Share

Leave a Reply