ଅନୁଗୁଳରେ ବିଜେପିର ପ୍ରଶିକ୍ଷଣ ମହାଭିଯାନ ବକ୍ତା କର୍ମଶାଳା

You are currently viewing ଅନୁଗୁଳରେ ବିଜେପିର ପ୍ରଶିକ୍ଷଣ ମହାଭିଯାନ ବକ୍ତା କର୍ମଶାଳା

ଅନୁଗୁଳ: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟଠାରେ ‘ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ’ କାର୍ଯ୍ୟକ୍ରମର ଏକ ବକ୍ତା କର୍ମଶାଳା ଆୟୋଜିତ ହୋଇଛି। କେନ୍ଦ୍ରୀୟ ଓଡ଼ିଶାର ଛଅଟି ଜିଲ୍ଲାରୁ ଆସିଥିବା ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନର ନୀତି, ଆଦର୍ଶ ଓ କାର୍ଯ୍ୟପ୍ରଣାଳୀ ସମ୍ବନ୍ଧରେ ଅବଗତ କରାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକର୍ତ୍ତାମାନେ ଆଗାମୀ ଦିନରେ ବିଭିନ୍ନ ମଣ୍ଡଳ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରିବେ।

ଏହି କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ବୈଠକ ପ୍ରାରମ୍ଭରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉଦଘାଟନୀ ଅଭିଭାଷଣ ରଖିଥିଲେ। ଏହି ଅବସରରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ‘ଏକାତ୍ମ ମାନବବାଦ’ ଦର୍ଶନ ସହିତ ସଂଗଠନ ଗଢ଼ି ତୋଳିବାରେ ଶୃଙ୍ଖଳା ଓ ସମର୍ପଣର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା।
ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ରାଜ୍ୟ ଉପ ସଭାପତି ଯତୀନ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ସୀମାଞ୍ଚଳ ଖଟେଇ, ଅନୁଗୁଳ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ସଂପାଦିକା ସ୍ମୃତି ପଟ୍ଟନାୟକ, ରାଜ୍ୟ ପ୍ରବକ୍ତା ଅନୀଲ ବିଶ୍ଵାଳ ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ନୟାଗଡ଼, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ସଭାପତି, ପ୍ରଭାରୀ ଓ ପ୍ରବକ୍ତାମାନେ ଅଂଶଗ୍ରହଣ କରିଥିଲେ।

Share

Leave a Reply