ରାଜ୍ୟ ରାଜନୀତିର ଅପରାଧିକରଣକୁ ପ୍ରତିବାଦ, ବିଜେପିର ସତ୍ୟାଗ୍ରହ ଜାରି

You are currently viewing ରାଜ୍ୟ ରାଜନୀତିର ଅପରାଧିକରଣକୁ ପ୍ରତିବାଦ, ବିଜେପିର ସତ୍ୟାଗ୍ରହ ଜାରି

ଅନୁଗୁଳ: ଆଜି ସ୍ଥାନୀୟ ଅନୁଗୁଳ ସହର ସଭା ଘର ସମ୍ମୁଖ ଗୋପବନ୍ଧୁ ପାର୍କ ସମ୍ମୁଖରେ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଇଛି।
ଓଡ଼ିଶା ଏବେ ରାଜନୈତିକ ନେତାଙ୍କ ଅପରାଧର ଚରାଭୂଇଁ ପାଲଟିଛି। ଏଣୁ ରାଜ୍ୟ ରାଜନୀତିର ଅପରାଧିକରଣ ପ୍ରତିବାଦରେ ବିଜେପି ସତ୍ୟାଗ୍ରହ କରିଛି। ଏହି ସତ୍ୟାଗ୍ରହରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଦିଲ୍ଲୀପ ପ୍ରଧାନ, ସୁଦୀପ ଗଡନାୟକ, ନମିତା ଦଳବେହେରା, ରୋଜାଲିନ ଦାସଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply