ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆୟୋଜିତ, ୨ ଦିନ ଧରି ଚାଲିଲା କୁଇଜ ପ୍ରତିଯୋଗିତା

You are currently viewing ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆୟୋଜିତ, ୨ ଦିନ ଧରି ଚାଲିଲା କୁଇଜ ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଆମ୍ବପାଳ ହାଇସ୍କୁଲରେ ଆୟୋଜିତ ହୋଇଛି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ। ଏହି ଅବସରରେ ୨ ଦିନ ଧରି ବ୍ଲକସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ ପ୍ରତିଯୋଗିତା ହୋଇଥିଲା। ମାଧ୍ୟମିକ ବିଦ୍ୟାଳୟସ୍ତରୀୟ କୁଇଜ୍ ପ୍ରତିଯୋଗିତାର ଉଦଘାଟନୀ ଦିବସରେ ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ପାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ସରୋଜ ସାହୁ, ଅନ୍ୟତମ ଅତିଥି ଭାବେ ଏବିଇଓ ଲକ୍ଷଣ ଦେହୁରୀ, ରମଣୀ ରଂଜନ ସାହୁ, ସମିତି ସଭ୍ୟା ଉର୍ମିଳା ସେଠୀ ଯୋଗ ଦେଇଥିଲେ। ଏବିଇଓ ଲକ୍ଷ୍ମଣ ଦେହୁରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ତହସିଲଦାର ବିକ୍ରମ କେଶରୀ ନାୟକ, ମୁଖ୍ୟ ବକ୍ତା ଭାବେ ବିଇଓ ଅରୁଣ କୁମାର ସେଠୀ ଯୋଗ ଦେଇଥିଲେ।ଏଥିରେ ୨୪ଟି ବିଦ୍ୟାଳୟର ୫୦ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ।

ସେହିପରି ପ୍ରାଥମିକ ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ପାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଅନୁପମା ସାହୁ, ମୁଖ୍ୟ ବକ୍ତା ଭାବରେ ବିଆରସିସି ଜବାହରଲାଲ ପ୍ରଧାନ, ଅନ୍ୟତମ ଅତିଥି ଭାବରେ ସରପଞ୍ଚ ସୁଲୋଚନା ବୀର, ଏବିଇଓ ଲକ୍ଷ୍ମଣ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡିଆଇଇଟିର ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବରେ ବିଇଓ ଅରୁଣ କୁମାର ସେଠୀ ଯୋଗଦେଇ କୃତିଙ୍କୁ ପୁରସ୍କୃତ କରିଥିଲେ। ଗୋପାଳ ବେହେରା ଓ ଅଗସ୍ତି କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Share

Leave a Reply