ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ ଘଟଣା: ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

You are currently viewing ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ ଘଟଣା: ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଅନୁଗୁଳ : ଅନୁଗୁଳ ଥାନା ହୁଲୁରିସିଂହାରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ ଘଟଣାକୁ ନେଇ ସ୍ଥାନୀୟ ଲୋକେ ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରଖିଛି।

ସୂଚନା ମୁତାବକ, ଶୁକ୍ରବାର ହୁଲୁରିସିଂହା ଲିଙ୍ଗରା ଜୋର ଆମ୍ବେଦକର ନଗର ନିକଟରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଥିଲା। ମୃତକ ହୁଲୁରିସିଂହା ଅଞ୍ଚଳର ପ୍ରକାଶ ବେହେରା। ଗତକାଲି ରାତି ପ୍ରାୟ ୧୦ଟା ବେଳେ ତାଙ୍କ କ୍ଷତାକ୍ତ ମୃତଦେହ ଲିଙ୍ଗରା ଜୋର ଆମ୍ବେଦକର ନଗର ନିକଟରେ ଠାବ ହୋଇଥିଲା। କେହି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି। ଖବର ପାଇ ଅନୁଗୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଅନୁସନ୍ଧାନ ଓ ତଦନ୍ତ ଚଳାଇଛି।

Share

Leave a Reply