ଛେଣ୍ଡିପଦା ବିଧାୟକଙ୍କ ଜନ୍ମଦିନ: ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

You are currently viewing ଛେଣ୍ଡିପଦା ବିଧାୟକଙ୍କ ଜନ୍ମଦିନ: ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ଛେଣ୍ଡିପଦା: ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ୫୪ ତମ ଜନ୍ମ ଦିନ ଅବସରରେ ଆଜି ଛେଣ୍ଡିପଦା ବ୍ଲକ ଗଡମଣ୍ଡଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୬୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ବିଜୁ ଯୁବ ଜନତା ଦଳର ନିର୍ବାଚନ ମଣ୍ଡଳୀ ସଭାପତି ସତ୍ୟବ୍ରତ ଦେହୁରି, ବ୍ଲକ ଯୁବ ସଭାପତି ଆଶିଷ୍ କୁମାର ପ୍ରଧାନ, ଛାତ୍ର ସଭାପତି ରଞ୍ଜନ କୁମାର ସାହୁ ନେତୃତ୍ୱରେ ବିଜୁ ଯୁବ ଜନତା ଦଳ ତରଫରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ତଥା ଜିଲ୍ଲା ପରିଷଦ ପ୍ରଦୀପ କୁମାର ସାହୁ, ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ସୁମିତ୍ରା ସାହୁ, ବ୍ଲକ ସଭାପତି ଶରତ ଗଡନାୟକ, କଣଲୋଇ ସରପଞ୍ଚ ଜନ୍ମେଜୟ ମାଝୀ, ଟାଙ୍ଗିରୀ ସରପଞ୍ଚ ଅମରେଶ ନାଥ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଦିଲ୍ଲୀପ କୁମାର ସାହୁ, ଅମିତ କୁମାର ଦାସ, ଜିତେନ୍ଦ୍ର ଜେନା, ଛାତ୍ର ସଭାପତି ବିଷ୍ଣୁଚରଣ ବେହେରା, ଲୋସନ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Share

Leave a Reply