ଅନୁଗୁଳ: ଅନୁଗୁଳ ଅମଲାପଡ଼ା ବାସନ୍ତୀ ଦୁର୍ଗା ମଣ୍ଡପଠାରେ ରବିବାର ସକାଳେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ତାଇକୋଣ୍ଡୋ ସଂଘ ଓ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଦ୍ବାରା ଆୟୋଜିତ ଶିବିରରେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟେଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଚର୍ମ ରୋଗ ବିଶେଷଜ୍ଞ ଡା ବିଶ୍ୱଜିତ୍ ସାମଲ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା, ସ୍ବେଚ୍ଛାସେବୀ ଚିନ୍ମୟୀ ଏବଂ ପ୍ରତାପ ମହାପାତ୍ର ଯୋଗଦାନ କରିଥିଲେ। ଅନୁଗୁଳ ତାଇକୋଣ୍ଡୋ ସଂଘର ସମ୍ପାଦକ ଦୁଷ୍ୟନ୍ତ୍ କୁମାର ନାଥ ଓ ଉପଦେଷ୍ଟା ଆଇନଜୀବୀ ପ୍ରଦୀପ ଦେବତା ଓ ସଞ୍ଜୟ କୁମାର ମହାପାତ୍ର ଶିବିର ପରିଚାଳନାରେ ସହଯୋଗ କରିଥିଲେ। ବରିଷ୍ଠ ତାଇକୋଣ୍ଡୋ ଖେଳାଳି ଓ ଅଭିଭାବକ ମାନେ ରକ୍ତଦାନ କରିଥିଲେ। ଶିବିରରେ ମୋଟ ୨୦ ୟୂନିଟ ରକ୍ତ ସଂଗୃହିତ ହୋଇଥିଲା।
ରକ୍ତଦାନ ଶିବିର, ୨୦ ୟୁନିଟ ରକ୍ତ ସଂଗ୍ରହ
- Post published:February 13, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul