ଅନୁଗୁଳ କଲେଜ୍‌ରେ ରକ୍ତଦାନ ଶିବିର

You are currently viewing ଅନୁଗୁଳ କଲେଜ୍‌ରେ ରକ୍ତଦାନ ଶିବିର

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ଶୁକ୍ରବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଅନୁଗୁଳ ରକ୍ତଭଣ୍ଡାର ଅଧିକାରୀ ଏହାକୁ ଉଦ୍ଘାଟନ କରିବା ସହ ରକ୍ତଦାନ ମହା ପୁଣ୍ୟ ବୋଲି କହିଥିଲେ। ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବନାହିଁ, ତେଣୁ ଯୁବକଯୁବତୀ ମାନେ ବହୁ ସଂଖ୍ୟାରେ ରକ୍ତଦାନ ପାଇଁ ଆଗେଇ ଆସିବାକୁ ସେ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

ଏନ୍‌ଏଏସ୍ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଏବଂ ରେଞ୍ଜର ଓ ରୋଭର୍ସ ଅଧିକାରୀ ଡ଼ା ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ। କଲେଜ୍‌ ଅଧ୍ୟକ୍ଷ ଡ଼ା ବସନ୍ତ କୁମାର ସାହୁ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିବା ସହ ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏନ୍‌ସିସି ଅଧିକାରୀ ଡ଼ା ସତ୍ୟନାରାୟଣ ବେହେରାଙ୍କ ନେତୃତ୍ୱରେ ଏନ୍‌ସିସି କ୍ୟାଡେଟ୍‌ ମାନେ ଶିବିର ପରିଚାଳନାରେ ସହାୟତା କରିବା ସହ ରକ୍ତଦାନ କରିଥିଲେ। ସହକାରୀ ଅଧ୍ୟାପକ,କଲେଜ୍‌ର ଗ୍ରନ୍ଥାଗାରିକ,କର୍ମଚାରୀ ଶିବିର ଅବସରରେ ଉପସ୍ଥିତ ଥିଲେ।ଶିବିରରୁ ମୋଟ ୬୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

Share

Leave a Reply