ଅନୁଗୁଳ: ବୁଧବାର ହୁଲୁରିସିଂହା ନେତାଜୀ କ୍ଲବ୍ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଶିବିରରେ ୮୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ନେତାଜୀ କ୍ଲବ୍ର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଗ୍ରାମର ପୁରୁଷ ଓ ମହିଳାମାନେ ରକ୍ତଦାନରେ ସାମିଲ୍ ହୋଇଥିଲେ। କ୍ଲବ୍ର ସଭାପତି ନିରଞ୍ଜନ ପ୍ରଧାନ ଓ ସମ୍ପାଦକ ଦେବଦତ୍ତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସଦସ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ରକ୍ତଭଣ୍ଡାର ଅଧିକାରୀ ଡା. ସତ୍ୟବ୍ରତ ପାଟ୍ଟଯୋଶୀଙ୍କ ନେତୃତ୍ବରେ ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିବା ସହ ରକ୍ତଦାତାଙ୍କ ନାମ ପଂଜୀକରଣ କରିଥିଲେ ।
ନେତାଜୀ କ୍ଲବ୍ ଆନୁକୂଲ୍ୟରେ, ସ୍ବେଚ୍ଛାକୃତ ରକ୍ତଦାନ ଶିବିର
- Post published:September 16, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul