ରୋଟାରୀ ରୟାଲ କ୍ଲବ ଓ ପାର୍ବତୀ ହିରୋ ପକ୍ଷରୁ ରକ୍ତଦାନ ଶିବିର

You are currently viewing ରୋଟାରୀ ରୟାଲ କ୍ଲବ ଓ ପାର୍ବତୀ ହିରୋ ପକ୍ଷରୁ ରକ୍ତଦାନ ଶିବିର

ଅନୁଗୁଳ: ରୋଟାରୀ ରୟାଲ କ୍ଲବ ଓ ପାର୍ବତୀ ହିରୋର ମିଳିତ ସହଯୋଗରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପାର୍ବତୀ ହିରୋ ପରିସରରେ ଆୟୋଜିତ ଏହି ଶିବିରକୁ ପ୍ରଧାନ ନର୍ସିଂହୋମର ବରିଷ୍ଠ ଡାକ୍ତର ଗୁରୁ ଚରଣ ପ୍ରଧାନ ଉଦଘାଟନ କରିଥିଲେ। ଏ ଅବସରରେ ସେ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହ ରୋଟାରୀ କ୍ଲବର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।

ରୋଟାରୀ କ୍ଲବ ସଭାପତି ରୋଟାରିଆନ୍ ଅଶୋକ ମାଣ୍ଡୋଠିଆଙ୍କ ନେତୃତ୍ୱରେ ଆୟୋଜନ ଏହି ଶିବିରରେ ରକ୍ତ ଭଣ୍ଡାରର ଆବଶ୍ୟକତାକୁ ଲକ୍ଷ୍ୟ କରି ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଆଗାମୀ ଦିନରେ କ୍ଲବ ଏଭଳି କାର୍ଯ୍ୟ ଜାରି ରଖିବାକୁ ଡା.ପ୍ରଭାତ କୁମାର ପଣ୍ଡା ଅନୁରୋଧ କରଥିଲେ। ଆଜିର ଶିବିରରେ ୪୪ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମ୍ପାଦକ ଅମ୍ବିକା ପ୍ରସାଦ ସାହୁ, ରକ୍ତ ଭଣ୍ଡାର ଅଧିକାରୀ ଡ.ସତ୍ୟବ୍ରତ ପାଟ୍ଟଯୋଶୀ, ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ରୋଟାରୀ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Share

Leave a Reply