ଅନୁଗୁଳ: ଓଡିଶା ସେଲ୍ସ୍ ରିପ୍ରେଜେଣ୍ଟିଭ ୟୁନିଅନ୍(ଅଶ୍ରୁ) ଅନୁଗୁଳ ଶାଖା ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଗୁରୁବାର ସ୍ଥାନୀୟ ରକ୍ତଦାନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ୟୁନିଅନ୍ ସଭାପତି ପ୍ରହଲ୍ଲାଦ ରଥ,ସମ୍ପାଦକ ସାଗର ସଙ୍ଗମ ମହାପାତ୍ର,ଅଶ୍ରୁ ରାଜ୍ୟ ସଭାପତି ମହେନ୍ଦ୍ର କୁମାର ସାହୁ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ କୁମାର ନନ୍ଦ ଶିବିରକୁ ପରିଚାଳନା କରିଥିଲେ। ରକ୍ତ ଭଣ୍ଡାର ଅଧିକାରୀ ସତ୍ୟବ୍ରତ ପାଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ଡାକ୍ତର ସୌମ୍ଯକାନ୍ତ ବିଶୋଇ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଗୁଳର ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ । ବିଭିନ୍ନ ସମୟରେ ସମାଜର ଆବଶ୍ୟକତା ଅନୁଯାୟୀ ଅଶ୍ରୁ ସହାୟତାର ହାତ ବଢାଇବା ଥାଏ ଓ ଆଗକୁ ମଧ୍ୟ ଏହିଭଳି ସାମାଜିକ ଗଠନ ମୂଳକ କାର୍ଯ୍ୟରେ ଅଶ୍ରୁ ସହଭାଗିତା ରହିବ ବୋଲି ରାଜ୍ୟ ସଭାପତି ମହେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।
ଅଶ୍ରୁ ଆନୁକୂଲ୍ୟରେ ରକ୍ତଦାନ ଶିବିର
- Post published:March 17, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul