ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୪୫ ୟୁନିଟ ରକ୍ତ ସଂଗୃହୀତ

You are currently viewing ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୪୫ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଆଜି ସ୍ଥାନୀୟ ବଅଁରପାଳ ବ୍ଲକ କୁକୁଡାଙ୍ଗ ପଞ୍ଚାୟତ ରକାସିଂହା ଗ୍ରାମରେ ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୪୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା, ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଶିବିରକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥିଭାବେ ବିଧାୟକ ଛେଣ୍ଡିପଦା ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥିଭାବେ ବିଜୁ ଯୁବ ଜନତା ଦଳର ଜିଲ୍ଲା ମିଡିଆ ସଂଯୋଜକ ସୁନୀତା ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜିବ ସାହୁ, ବରିଷ୍ଠ ବିଜେଡି ବରିଷ୍ଠ ନେତା ନାରାୟଣ ସାହୁ, ଅଶୋକ ଦାସ ଓ ନବକିଶୋର ନାଏକ ଶିବିରରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁକୁଡାଙ୍ଗ ପଞ୍ଚାୟତର ବିଜେଡି ସଭାପତି ବିକାଶ ନାଏକ, କ୍ଷୀରୋଦ ଦାସ, ନରେନ୍ଦ୍ର ପ୍ରଧାନ, ସିପୁନ ଦାସ, ନରେଶ ପ୍ରଧାନ, ପ୍ରଦୀପ ନାଏକ ଉପସ୍ଥିତ ଥିଲେ।

Share

Leave a Reply