ଚିକିତ୍ସକ ଦିବସ ଅବସରରେ ରକ୍ତ ଦାନ ଶିବିର

You are currently viewing ଚିକିତ୍ସକ ଦିବସ ଅବସରରେ ରକ୍ତ ଦାନ ଶିବିର

ଅନୁଗୁଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଦାନ ଭବନରେ ଚିକିତ୍ସକ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି ଏହି ଶିବିରକୁ ଉଦ୍‌ଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଭାରତୀୟ ଚିକିତ୍ସକ ସଂଘ,ରୋଟାରୀ କ୍ଳବ୍‌ ରୟାଲ,ଅଶ୍ରୁ ଏବଂ ଶଲ୍ୟ ଚିକିତ୍ସକ ସଂଘ ଆନୁକୂଲ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲା। ଆଇଏମ୍‌ଏ ସମ୍ପାଦକ ଡ଼ା ବିଶ୍ୱଜିତ୍‌ ସାମଲ,ଡ଼ା ତରୁଣ କୁମାର ସାହୁ ରୋଟାରୀ ରୟାଲ ସଭାପତି ମଧୁ ଗୁପ୍ତା,ଶ୍ରୀମତୀ ବାଣୀ ଦେବ, ଅଶ୍ରୁ ସଭାପତି ପ୍ରହଲ୍ଲାଦ ରଥ,ମହେଶ ଦେଓ,ରଞ୍ଜନ ନନ୍ଦ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରୋଟାରୀୟନ୍‌ ବିଶ୍ୱଜିତ୍‌ ପଟ୍ଟନାୟକ,ଅନିଲ ଗୁପ୍ତା,ମିଲନ ଅଗ୍ରୱାଲା,ଡ଼ା ସୁଶାନ୍ତ ପଣ୍ଡା, ଡ଼ା ବିଭୁଦତ୍ତ ପାତ୍ର,ଡ଼ା ସୋମନାଥ ଗଡ଼ନାୟକ‌ ପ୍ରମୁଖ ଉପସ୍ଥିତ ଥିଲେ

Share

Leave a Reply