ଅନୁଗୁଳ: ଚିର ବିପ୍ଳବୀନି ମାଳତୀ ଚୌଧୁରୀଙ୍କ ୨୪ ତମ ପୁଣ୍ୟ ତିଥି ଅବସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଦାନ ଭବନରେ ଆୟୋଜିତ ଏହି ଶିବିରକୁ ଉଦ୍ଘାଟନ କଲେ ଢେଙ୍କାନାଳ ସାଂସଦ ମହେଶ ସାହୁ।ରକ୍ତ ଦାନ ଦେଇ ଅନ୍ୟର ଜୀବନ ବଞ୍ଚାଇବା ଠାରୁ ବଡ଼ ପୁଣ୍ୟ କାମ କିଛି ନାହିଁ ବୋଲି ସାଂସଦ ଶ୍ରୀ ସାହୁ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ ଏଡିଏମଓ ମେଡ଼ିକାଲ ଡ଼। ମାନସ ରଞ୍ଜନ ବିଶ୍ବାଳ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନବ ମାଳତୀ ସ୍ମୃତି କମିଟି ପକ୍ଷରୁ ଆଦ୍ୟଶ୍ଲୋକ ମିଶ୍ର,ପର୍ଶୁରାମ ଦାଶ, ବ୍ରହ୍ମ ଜ୍ୟୋତି ମିଶ୍ର ଓ ଅନ୍ୟ ବହୁ ସ୍ବେଚ୍ଛାସେବୀ ଯୋଗଦାନ କରିଥିଲେ। ଶିବିରରୁ ୩୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।
ମାଳତୀ ଦେବୀଙ୍କ ପୁଣ୍ୟ ତିଥିରେ ରକ୍ତଦାନ ଶିବିର
- Post published:March 16, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul