ବିଏମଏସ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

You are currently viewing ବିଏମଏସ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଅନୁଗୁଳ: ଆଜି ଭାରତୀୟ ମଜଦୂର ସଂଘ ଅନୁଗୁଳ ଶାଖା ପକ୍ଷରୁ ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ଶ୍ରମିକ ନେତା ମାନେ ଦେଶର ଶ୍ରମିକ ମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇଦେବା,ଠିକା ନିଯୁକ୍ତି ନାଁ ରେ ଶ୍ରମିକ ମାନଙ୍କୁ ଶୋଷଣରୁ ମୁକ୍ତ କରିବା,ଦେଶରେ ଏକ ସ୍ପଷ୍ଟ ଜାତୀୟ ଶ୍ରମିକ ନୀତି ପ୍ରଣୟନ କରି ଲକ୍ଷ ଲକ୍ଷ ଅସଙ୍ଗଠିତ ଶ୍ରମିକ ମାନଙ୍କୁ ସୁରକ୍ଷା ଦେବା,ଏବଂ ଦେଶରେ ଜୀବିକା ଆଧାରିତ ମଜୁରୀ ପ୍ରଣୟନ କରିବାକୁ ଦାବି କରିଥିଲେ। ସରକାରୀ ଓ ବେସରକାରୀ ଉଦ୍ୟୋଗ ମାନଙ୍କରେ ସାମାଜିକ ନିରାପତ୍ତା ଅଭାବରୁ ବହୁ ପରିବାର ଦୁଃଖ କଷ୍ଟରେ ଚଲୁଛନ୍ତି ତେଣୁ ସରକାର ଶ୍ରମିକ ମାନଙ୍କ ପ୍ରତି
ଆନ୍ତରିକ ଉଦ୍ୟମ କରି ସେମାନଙ୍କୁ ଶୋଷଣ ମୁକ୍ତ କରିବାକୁ ନେତା ମାନେ
ଦାବି କରିଥିଲେ। ବିକ୍ଷୋଭକାରୀ ମାନେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Share

Leave a Reply