ସକାଳୁ କେନାଲରୁ ମିଳିଲା ରାତିରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର

You are currently viewing ସକାଳୁ କେନାଲରୁ ମିଳିଲା ରାତିରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର

ବନ୍ତଳା : ସ୍ଥାନୀୟ ବନ୍ତଳା ଥାନା ବଡ଼କେରା ପଞ୍ଚାୟତସ୍ଥିତ ମାତେଳିଆ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଦଳବେହେରା ସାହିର ରୋହିତ ବେହେରା (୪୦ ) ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ରୋହିତ ବେହେରା ବୁଧବାର ରାତିରେ ଘରକୁ ଫେରି ନଥିଲେ। ଗୁରୁବାର ସକାଳେ ସାହିର କିଛି ଲୋକ ମାତେଳିଆ ନାଳକୁ ଗାଧୋଇବା ପାଇଁ ଯିବା ବେଳେ ରୋହିତଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ଖବର ପାଇ ରୋହିତଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୋହିତଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କେଉଁ ପରିସ୍ଥିତିରେ ରୋହିତଙ୍କ ମୃତ୍ୟୁ ଘଟିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି। ଅନ୍ୟପଟେ ପରିବାର ଲୋକ ଏହାକୁ ହତ୍ୟା ବୋଲି କହି ଥାନାରେ ଏତଲା ଦେଇଥିବା ଜଣାଯାଇଛି।

Share

Leave a Reply