ବଇଣ୍ଡା ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ, ଅଂଶ ଗ୍ରହଣ କଲେ ୩୦୦ ଛାତ୍ରଛାତ୍ରୀ

You are currently viewing ବଇଣ୍ଡା ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ, ଅଂଶ ଗ୍ରହଣ କଲେ ୩୦୦ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଶିଶୁ ମନ୍ଦିର ପରିସରରେ ଶୁକ୍ରବାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଛି। ଅବସରପ୍ରାପ୍ତ ପୋଲିସ ଅଧିକାରୀ ରବି ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟର ଉପସଭାପତି ଚୈତନ୍ୟ ବେହେରା, ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଜେନା, ପ୍ରଧାନ ଆଚାର୍ଯ୍ୟl ଜ୍ୟୋତ୍ସ୍ନାମୟୀ ପ୍ରଧାନ, ବିନିତା ପ୍ରଧାନ ଯୋଗ ଦେଇଥିଲେ।

ଏଥିରେ ବିଭିନ୍ନ ପ୍ରକାର ଦୌଡ଼, ଉଚ୍ଚ ଡିଆ, ଲମ୍ବ ଡିଆଁ, ସହ ପୁଚି, ମ୍ୟୁଜିକ ଚେୟାର ଭଳି କ୍ରୀଡା ଆୟୋଜିତ ହୋଇଥିଲା। କ୍ରୀଡାରେ ବିଦ୍ୟାଳୟର ୩୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଖେଳ ଶିକ୍ଷକ ବୁଲୁ ପ୍ରସାଦ ସାହୁ, ରମାକାନ୍ତ ସାହୁ କ୍ରୀଡା ପରିଚାଳନା କରିଥିଲେ।

Share

Leave a Reply