ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କେନ୍ଦୁପତ୍ର ବୋଝେଇ ବଲେରୋ ଜବତ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ୬୩ ନଂ ଜାତୀୟ ରାଜପଥର ନିଶା ଗାଁଠାରେ ଏକ ବଲେରୋ(ଓଆର- ୧୯ସି- ୬୯୯୯)କୁ ଅଟକାଇଥିଲା। ପୁଲିସ ଦେଖି ବଲେରୋ ଚାଳକ ସେଠାରୁ ଫେରାର ହୋଇଯାଇଥିଲା। ପୁଲିସ ବଲେରୋ ଯାଞ୍ଚକରି ଦେଖିବାକୁ ପାଇଲା ଯେ, ସେଥିରେ ୯୮ ବଣ୍ଡଲ(୪୮୦) କେଜି କେନ୍ଦୁପତ୍ର ବୋଝେଇ ହୋଇଛି। ପୁଲିସ ବଲେରୋସହ କେନ୍ଦୁପତ୍ରକୁ ଜବତକରି ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।
ବଲେରୋସହ କେନ୍ଦୁପତ୍ର ଜବତ
- Post published:May 26, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
