ଅନୁଗୁଳରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍ ଉଦ୍‌ଘାଟିତ, ଯୋଗ ଦେଲେ ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନା

0

ଭୁବନେଶ୍ୱର/ ଅନୁଗୁଳ : ଭାରତର ଅନ୍ୟତମ ବିଶ୍ବସ୍ତ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ କଲ୍ୟାଣ ଜୁଏଲର୍ସ ଆଜି ଅନୁଗୁଳର ଶଙ୍କର ସିନେମା ରୋଡରେ ଏହାର ନୂଆ ସୋ’ରୁମ ଖୋଲିଛି। କଲ୍ୟାଣ ଜୁଏଲର୍ସର ବିଭିନ୍ନ କଲେକ୍ସନର ଭିନ୍ନ ଭିନ୍ନ ଡିଜାଇନ୍ ବିଶିଷ୍ଟ ଏହି ସୋ’ରୁମକୁ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଉଦଘାଟନ କରିଛନ୍ତି।

ଏ ଅବସରରେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା କହିଛନ୍ତି, ଆଜି ଅନୁଗୁଳରେ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ମୁଁ ଆନନ୍ଦିତ। କଲ୍ୟାଣ ଜୁଏଲର୍ସର ପ୍ରତିନିଧି ଭାବରେ ଆଜି ଏଠାରେ ଠିଆ ହେବା ମୋତେ ଅତ୍ୟନ୍ତ ଗର୍ବିତ ଅନୁଭବ ପ୍ରଦାନ କରୁଛି । ଏହା ଏକ ବ୍ରାଣ୍ଡ ଯାହା ଭାରତରେ ଗହଣା ଶିଳ୍ପରେ କ୍ରମାଗତ ଭାବରେ ବିପ୍ଳବ ଆଣିଛି। ଏହି ସୋ’ରୁମ୍ ଅଞ୍ଚଳରେ ଗ୍ରାହକମାନଙ୍କୁ ସର୍ବୋତ୍ତମ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ବ୍ରାଣ୍ଡର ଅତୁଟ ସମର୍ପଣର ପ୍ରମାଣ ଭାବେ ଉଭା ହୋଇଛି । ମୋର ବିଶ୍ବାସ ଯେ ଗ୍ରାହକମାନେ କଲ୍ୟାଣ ଜୁଏଲର୍ସକୁ ହୃଦୟରୁ ଗ୍ରହଣ କରିବେ ଏବଂ ସମର୍ଥନ କରିବେ।”

ନୂଆ ସୋ’ରୁମ୍ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି, ଏକ କମ୍ପାନୀ ଭାବେ ଆମେ ବଡ଼ ସଫଳତା ହାସଲ କରିଛୁ ଏବଂ ଗ୍ରାହକ ସପିଂ ଅଭିଜ୍ଞତାକୁ ବଢ଼ାଇବା ପାଇଁ ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ବଡ଼ ପଦକ୍ଷେପ ନେଇଛୁ। ଓଡ଼ିଶାରେ ଅନୁଗୁଳ ସୋ’ରୁମ୍‌ର ଶୁଭାରମ୍ଭ ଘୋଷଣା କରି ଆମେ ଆନନ୍ଦିତ । ଉନ୍ମୋଚନ ଅବସରରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ନୂଆ ସୋ’ରୁମରୁ ଗହଣା କିଣିଲେ ଯେପରି ଅଧୂକରୁ ଅଧିକ ଲାଭ ମିଳିପାରିବ ସେଥ‌ିପାଇଁ ଏକ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ଏହି ଅଫରଗୁଡିକ କେବଳ ସୀମିତ ସମୟ ପାଇଁ ବୈଧ।

କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ। ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଟେଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଟି ପ୍ରଦାନ କରୁଛି।

ଏଥିରେ କଲ୍ୟାଣର ଲୋକପ୍ରିୟ ବ୍ରାଣ୍ଡ୍ ତେଜସ୍ଵୀ (ପୋଲକି ଗହଣା), ମୁଦ୍ରା (ହାତତିଆରି ଆଂଟିକ୍ ଗହଣା), ନିମାହ (ମନ୍ଦିର ଗହଣା), ଗ୍ଲୋ (ଡ୍ୟାନ୍‌ସିଂ ହୀରା), ଜିଆ (ସୋଲିଟାୟାର ଭଳି ହୀରା ଗହଣା), ଅନୋଖି (ଅନକଟ ହୀରା), ଅପୂର୍ବା (ସ୍ଵତନ୍ତ୍ର ଅବସର ପାଇଁ ହୀରା), ହୀରା (ଦୈନିକ ବ୍ୟବହାର ହୀରା ଗହଣା), ରଙ୍ଗ (ପ୍ରିସିଅସ୍ ଷ୍ଟୋନ୍ ଗହଣା) ଏବଂ ନିକଟରେ ଉନ୍ମୋଚନ ହୋଇଥିବା ଲୀଲା (ହୀରା ଓ ସେମି-ପ୍ରିସିଅସ୍ ଷ୍ଟୋନ ଗହଣା) ଆଦି ରହିବ ବୋଲି ଜଣାଯାଇଛି।

Leave A Reply

Your email address will not be published.

error: Content is protected !!