ବ୍ରାହ୍ମଣ ମହାସଂଘର ୨୦ତମ କାର୍ଯ୍ୟକାରିଣୀ ବୈଠକ: ବୃଦ୍ଧାଶ୍ରମ ପାଇଁ ମହାସଂଘକୁ ୨ ଗୁଣ୍ଠ ଜାଗା ଦାନ କଲେ ଅଜୟ ତ୍ରିପାଠୀ

You are currently viewing ବ୍ରାହ୍ମଣ ମହାସଂଘର ୨୦ତମ କାର୍ଯ୍ୟକାରିଣୀ ବୈଠକ: ବୃଦ୍ଧାଶ୍ରମ ପାଇଁ ମହାସଂଘକୁ ୨ ଗୁଣ୍ଠ ଜାଗା ଦାନ କଲେ ଅଜୟ ତ୍ରିପାଠୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ବିଂଶତମ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ ସଂସ୍କୃତ ମହାବିଦ୍ୟାଳୟ ଠାରେ ବ୍ୟୋମକେଶ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ସଭାରେ ଜିଲ୍ଲାର କୋଣ ଅନୁକୋଣରୁ ସଭ୍ୟମାନେ ଉପସ୍ଥିତ ରହି ବ୍ରାହ୍ମଣ ମହାସଂଘର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ।

ଏ ଅବସରରେ ରୋଗରେ ଶଯ୍ୟାଶାୟୀ ହୋଇ ପଡିରହିଥିବା ତାମ୍ରିତ କଲୋନୀର ସନାତନ ତ୍ରିପାଠୀଙ୍କୁ କଟକ ନେଇ ମହାସଂଘ ତରଫରୁ ଚିକିତ୍ସା କରିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା। ଅଜୟ କୁମାର ତ୍ରିପାଠୀ ବୃଦ୍ଧାଶ୍ରମ ନିମନ୍ତେ ମହାସଂଘ କୁ ୨ ଗୁଣ୍ଠ ଜାଗା ଦାନ କରିଥିଲେ। ମହାସଂଘ ତରଫରୁ ୫ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଥିଲା।

ଅନ୍ୟପଟେ ଆଞ୍ଚଳିକ ସଂଗଠନଗୁଡିକୁ ସକ୍ରିୟ କରିବା ନିମନ୍ତେ କମିଟି ଗଠନ କରାଯାଇ କମିଟିରେ ଆର୍ତ୍ତଭଞ୍ଜନ ଦାଶ, ସୋମ ପ୍ରସାଦ ଦାଶ, ସୁଜିତ ନନ୍ଦ, ନାରାୟଣ ପଣ୍ଡା ଓ ସନ୍ତୋଷ କୁମାର ମିଶ୍ର ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ପରବର୍ତ୍ତୀ ଜିଲ୍ଲା ସମ୍ମିଳନୀ ଆସନ୍ତା ଜୁଲାଇ ମାସ ୨୮ ତାରିଖ ରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହୋଇଛି।

ସଭାରେ ଅଚ୍ୟୁତାନନ୍ଦ ଧର, ରମାନନ୍ଦ ପଣ୍ଡା, ଚିତ୍ତରଞ୍ଜନ ମହାପାତ୍ର, ନୃସିଂହ ଚରଣ ମିଶ୍ର, ସୁବୋଧ କୁମାର ମିଶ୍ର, ପ୍ରଦୀପ କୁମାର ମିଶ୍ର ଓ ଜନାର୍ଦ୍ଦନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply