୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

You are currently viewing ୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ବଡ଼ ସଫଳତା। ୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଅବକାରୀ ବିଭାଗ ଜଣକୁ ଗିରଫ କରିଛି।

ସୂଚନା ମୁତାବକ, କଲିୟରୀ ଥାନା ସାଉଥବଲଣ୍ଡା ଅଞ୍ଚଳର ସନ୍ତୋଷ କୁମାର ନାଏକ ବ୍ରାଉନସୁଗାର ଧରି ବେପାର ନିମନ୍ତେ ଅନୁଗୁଳ ଅଭିମୁଖେ ଆସୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ତାକୁ କୁକୁଡାଙ୍ଗ ନିକଟରେ କାବୁ କରିଥିଲେ। ଯାଞ୍ଚ ବେଳେ ତା ନିକଟରୁ ୬୦ ଗ୍ରାମ ବ୍ରାଉନସୁଗାର ମିଳିଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ହେବ ବୋଲି ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି। ସନ୍ତୋଷଙ୍କ ଠାରୁ ବାଇକ ମଧ୍ୟ ଜବତ କରିଛି ପୋଲିସ।

Share

Leave a Reply