ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାଣୀଗୋଡାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଦାସ , ବଅଁରପାଳ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧବ ଚନ୍ଦ୍ର ପାଣିଗ୍ରାହୀ, ସରପଞ୍ଚ ମମତା ସାହୁ, ସମିତି ସଭ୍ୟା ଅଞ୍ଜଳି ଦେହୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ବେହେରା ଓ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦାସ ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରତ୍ୟେକ ଜୀବନ ମୂଲ୍ୟବାନ ହୋଇଥିବା ନେଇ ଗୁରୁତ୍ବ ଆରୋପ କରି ମୁଖ୍ୟମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ହିତାଧିକାରୀ ମାନଙ୍କୁ ଅବଗତ କରିଥିଲେ। ଏହି ଗ୍ରାମପଞ୍ଚାୟତରେ ଥିବା ଯୋଗ୍ୟ ସର୍ବମୋଟ ୯୫୦ ଜଣ ହିତାଧିକାରୀଙ୍କ ମଧ୍ୟରୁ ଅତିଥି ମାନଙ୍କ ଦ୍ଵାରା ଶିବିରରେ ୨୫୦ ଜଣ ହିତାଧିକାରୀଙ୍କୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ମୋ ସ୍କୁଲ ଅଭିଯାନର ସଭାପତି ପୁର୍ଣ୍ଣଚନ୍ଦ୍ର ସିଂସାମନ୍ତ ପରିଚାଳନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିଇଓ ଅନୁପମା ପଲେଇ, ଜିଆରଏସ ତୁଷାର କାନ୍ତ ଦାସ, ଶିକ୍ଷକ, ଶିକ୍ଷୟିତ୍ରୀ, ତ୍ରେତାନନ୍ଦ ସାମନ୍ତ, ଅନିଲ ବେହେରା, ସମସ୍ତ ଓ୍ୟାର୍ଡ ସଭ୍ୟ ସଭ୍ୟା , ଅଙ୍ଗନବାଡ଼ି କର୍ମୀ , ଆଶା କର୍ମୀ , ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଗଣ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ।
ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ
- Post published:November 28, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul