ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ମହିଧରପୁର ହାଟ ପଡିଆରେ ନୂତନ ଆରଆଇ କାର୍ଯ୍ୟାଳୟ ନିର୍ମାଣ ପାଇଁ ଖୋଳାଯାଇଥିବା ଏକ ଗାତରେ ଷଣ୍ଢ ଗଳିପଡିଛି। ଏହା ଦେଖି ଗାଁ ଲୋକ ହିନ୍ଦୋଳ ଦମକଳ କେନ୍ଦ୍ରକୁ ଫୋନ ମାଧ୍ୟମରେ ଜଣାଇଥିଲେ। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଷଣ୍ଢକୁ ଉଦ୍ଧାର କରିଥିଲେ। ଉଦ୍ଧାର ହେଲା ବେଳକୁ ଷଣ୍ଢଟି ଖଣ୍ଡିଆ ଖାବରା ହୋଇଯାଇଥିଲା। ତାର ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି।
ଆର୍ ଆଇ କାର୍ଯ୍ୟାଳୟର ନିର୍ମାଣାଧୀନ ଗାତରେ ପଡ଼ିଲା ଷଣ୍ଢ, ଖଣ୍ଡିଆଖାବରା ଅବସ୍ଥାରେ ଉଦ୍ଧାର କଲେ ଆଗ୍ନିକ
- Post published:January 3, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
Tags: Angul


