ଭୋରରୁ ଅଜଣା ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଜାଳିଦେଲେ ଘରେ ଥୁଆ ହୋଇଥିବା ୩ ଟି ବାଇକ

You are currently viewing ଭୋରରୁ ଅଜଣା ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଜାଳିଦେଲେ ଘରେ ଥୁଆ ହୋଇଥିବା ୩ ଟି ବାଇକ

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ଅନ୍ତର୍ଗତ କନ୍ୟା ବେଢା ତପସ୍ଵିନୀ କଲୋନୀରେ ଅଜଣା ଯୁବକଙ୍କ ଉନ୍ମତ୍ତ କାଣ୍ଡ। ସକାଳୁ ସକାଳୁ ଏକାଧିକ ବାଇକରେ ନିଆଁ ଲଗାଇ ଜଣେ ଯୁବକ ଫେରାର ହୋଇଯାଇଛି। ଫଳରେ ୩ ଟି ବାଇକ ଜଳିଯାଇଛି।

ସୂଚନା ମୁତାବକ, ତପସ୍ଵିନୀ କଲୋନୀରେ ଏକ ଘରେ ୪ଟି ପରିବାର ଭଡ଼ାରେ ରୁହନ୍ତି। ଆଜି ସକାଳ ୫.୧୦ ମିନିଟ ସମୟରେ ହଠାତ ଘରେ ଥିବା ମୋଟର ସାଇକେଲରେ ନିଆଁ ଲାଗି ଯାଇଥିଲା। ଘର ଲୋକ ସଙ୍ଗେ ସଙ୍ଗେ ପାଟି କରିବା ସହ ପଡୋଶୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ସେଠାରେ ୫ଟି ଗାଡ଼ି ଥିବା ବେଳେ ସେଥି ମଧ୍ୟରୁ ସୁଧୀର କୁମାର ବେହେରାଙ୍କ ହୋଣ୍ଡା ମୋଟର ସାଇକେଲ (OD 35 G 4991), ରଘୁନାଥ ଅଗ୍ରୱାଲଙ୍କ ସ୍କୁଟି (OD 19N 9193) ଅଧାରୁ ଅଧିକ ପୋଡିଯାଇଥିବା ବେଳେ ମଧୁସ୍ମିତା ନାୟକଙ୍କ ସ୍କୁଟି (OD 19Q 2300) ସମ୍ପୂର୍ଣ୍ଣ ପୋଡିଯାଇଛି। ଅନ୍ୟପଟେ ଦୀପକ ନାୟକଙ୍କ ଦୁଇଟି ଗାଡ଼ି ଉଦ୍ଧାର କରାଯାଇଛି। ତେବେ କିଏ ଓ କାହିଁକି ଗାଡ଼ିରେ ନିଆଁ ଲଗାଇଲା ତାହା ଜଣାପଡିନାହିଁ।

Share

Leave a Reply