୪୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଅନୁଗୁଳରୁ ବ୍ୟବସାୟୀ ଗିରଫ

You are currently viewing ୪୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଅନୁଗୁଳରୁ ବ୍ୟବସାୟୀ ଗିରଫ

ଅନୁଗୁଳ: ବ୍ୟବସାୟ ପାଇଁ ଧାର ନେଇ ଟଙ୍କା ଫେରାଇ ନ ଥିବା ଅଭିଯୋଗରେ ଅନୁଗୁଳରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଉପେନ୍ଦ୍ର କୁମାର ମହାନ୍ତି ଦୁଇ ବ୍ୟକ୍ତିଙ୍କଠାରୁ ୪୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ କୋରାପୁଟ ପୋଲିସ ମୁଖ୍ୟାଳୟରେ ଅତିରିକ୍ତ ଏସପି ଅମ୍ବିତ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଉପେନ୍ଦ୍ର ସେମିଳିଗୁଡ଼ାରେ ହାର୍ଡୱେର ଷ୍ଟୋର ଓ ଠିକାକାମ କରୁଥିଲେ। ସେ ବେହେରାଗୁଡ଼ା ଗାଁର ସୁଙ୍ଗଡି ଡମୁଙ୍କଠାରୁ ଘର ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଚେକ୍ ମାଧ୍ୟମରେ ତିନି ପର୍ଯ୍ୟାୟରେ ନେଇଥିଲେ, କିନ୍ତୁ ଘର ନିର୍ମାଣ ନ କରି ମୋବାଇଲ ବନ୍ଦ କରି ଫେରାର ହୋଇଥିଲେ। ସୁଙ୍ଗଡି ୨୮ ଜୁଲାଇ ୨୦୨୫ରେ ସାଇବର ଥାନାରେ ଅଭିଯୋଗ କରିଥିଲେ, ଯାହା କେସ ନଂ ୧୩/୨୫ ରେ ରୁଜୁ ହୋଇଥିଲା।

ସେହିପରି ପ୍ରଫୁଲ କୁମାର ପାଙ୍ଗିଙ୍କଠାରୁ ବ୍ୟବସାୟ ପାଇଁ ୨୦ ଲକ୍ଷ ଟଙ୍କା ନେଇ ଦୁଇ ମାସରେ ଫେରାଇବା ପ୍ରତିଶ୍ରୁତି ଦେଇ ଫେରାଇ ନ ଥିଲେ। ପ୍ରଫୁଲ ୨୩ ଅଗଷ୍ଟ ୨୦୨୫ରେ ଅଭିଯୋଗ କରିଥିଲେ, ଯାହା କେସ ନଂ ୧୫/୨୫ ରେ ରୁଜୁ ହୋଇଥିଲା। ପୋଲିସ ତଦନ୍ତରେ ଉପେନ୍ଦ୍ର ଅନୁଗୁଳରେ ଥିବା ଜାଣିବା ପରେ ଦୁଇଟି ଟିମ୍ ତାଙ୍କୁ ଗିରଫ କରିଥିଲେ। ତାଙ୍କ ବ୍ୟାଙ୍କ ଖାତା ଫ୍ରିଜ କରାଯାଇଥିବା ବେଳେ ଖାତାରେ କୌଣସି ଟଙ୍କା ନାହିଁ। ଅନ୍ୟ ଅନେକ ବ୍ୟକ୍ତିଙ୍କଠାରୁ ମଧ୍ୟ ସେ ଟଙ୍କା ନେଇଥିବା ସୂଚନା ମିଳିଛି। ତଦନ୍ତ ଜାରି ରହିଛି, ଓ ଉପେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share

Leave a Reply