ଜାପାନ ମାଟିରୁ କ୍ୟାବିନେଟରେ ମୋହର: ବିଦେଶରେ ଭାଷା ସାହିତ୍ୟ ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ

You are currently viewing ଜାପାନ ମାଟିରୁ କ୍ୟାବିନେଟରେ ମୋହର: ବିଦେଶରେ ଭାଷା ସାହିତ୍ୟ ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ଜାପାନରୁ ମିଳିଲା କ୍ୟାବିନେଟର ଅନୁମୋଦନ । ବିଦେଶ ମାଟିରୁ ପ୍ରଥମ ଥର ପାଇଁ ବସିଲା କ୍ୟାବିନେଟ୍ ବୈଠକ । ଜାପାନର ଟୋକିଓ ସହରରୁ କ୍ୟାବିନେଟ୍ ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବରେ ମୋହର ବାଜିଛି । ରାଜ୍ୟରେ ୧୦ଟି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଅନୁମୋଦିତ ହୋଇଛି। କୋରାପୁଟ, ନବରଂଗପୁର, ବଲାଙ୍ଗୀର, କଟକରେ ପାଇପ୍‌ ଜଳ ପ୍ରକଳ୍ପ ହେବ।

ରାଜ୍ୟ ଯୋଜନା ଅର୍ନ୍ତଭୁକ୍ତ କୃଷି ସଂଗଠନ ଗୁଡିକୁ ସହାୟତା ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଗାମୀ ୫ବର୍ଷ ପାଇଁ ୩ଶହ ୧୩କୋଟି ୬୧ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ହଜାରରେ ଉର୍ଦ୍ଧ କୃଷକ ଉତ୍ପାଦକ ସଂଗଠନ ୩ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରି ରୁଣ ସଂଯୋଗୀକରଣ , ଆର୍ଥିକ ବୈଷୟିକ ଓ ଭିତିଭୂମି ସହାୟତା ସହ ବଜାର ସୁବିଧା ଯୋଗାଇ ଦିଆଯିବ ।
ସେହିଭଳି ପିଏଫ୍‌ଓ ସହାୟତା ପାଇଁ ପାଣ୍ଠି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହାଛଡ଼ା ‘ଓଡ଼ିଶା ପରିବାର’ ନାମରେ ଏକ ନୂଆ ନିର୍ଦେଶାଳୟ ଖୋଲାଯିବାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ରାଜ୍ୟ କ୍ୟାବିନେଟ ବୈଠକରେ ।ରାଜ୍ୟ ଓ ଦେଶ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଏହା ବେଶ ସହାୟକ ହେବ । ଏହା ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ କାର୍ଯ୍ୟ କରିବ ବୋଲି ପ୍ରସ୍ତାବ ରହିଛି । ବିଦେଶରେ ଓଡିଶାର ଭାଷା, ସଂସ୍କୃତି ଓ ଐତିହ ପ୍ରଚାର ଦିଗରେ ଏହା କାମ କରିବ ।

Share

Leave a Reply