ସିଆଇଏସଏଫ ଗ୍ରାଉଣ୍ଡରେ ଚାଲିଥିବା ନିଯୁକ୍ତି ରାଲିରେ ଦୌଡ଼ ବେଳେ ଅସୁସ୍ଥ ହେଲେ ପ୍ରାର୍ଥୀ, ହସ୍ପିଟାଲରେ ଗଲା ଜୀବନ

You are currently viewing ସିଆଇଏସଏଫ ଗ୍ରାଉଣ୍ଡରେ ଚାଲିଥିବା ନିଯୁକ୍ତି ରାଲିରେ ଦୌଡ଼ ବେଳେ ଅସୁସ୍ଥ ହେଲେ ପ୍ରାର୍ଥୀ, ହସ୍ପିଟାଲରେ ଗଲା ଜୀବନ

ନାଲକୋ: ନାଲକୋ ନଗର ସିଆଇଏସଏଫ ଗ୍ରାଉଣ୍ଡରେ ଚଳିତ ସପ୍ତାହ ଠାରୁ ଆରମ୍ଭ ହୋଇଥିବା ନିଯୁକ୍ତି ରାଲିରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପୁରୁଷୋତ୍ତମ ସାହୁ। ସେ ବରଗଡ଼ ଜିଲ୍ଲାର ସରଧାପାଲି ଗ୍ରାମର ବୋଲି ଜଣାଯାଇଛି।

ଏହି ରାଲିରେ ବିଭିନ୍ନ ଅଞ୍ଚଳରୁ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନେ ଯୋଗ ଦେଇଥିଲେ। ବିଭିନ୍ନ ପର୍ଯ୍ୟାୟର ଶାରୀରିକ ପରୀକ୍ଷା ଚାଲିଥିଲା। ଗୁରୁବାର ଦିନ ସକାଳ ଦୌଡ଼ ପରୀକ୍ଷା ପରେ ଜଣେ ପ୍ରାର୍ଥୀ ଅସୁସ୍ଥ ଅନୁଭବ କରିଥିଲେ। ଘଟଣା ସ୍ଥଳରେ ତୁରନ୍ତ ତାଙ୍କର ଡାକ୍ତରୀ ଦଳ ଯାଞ୍ଚ କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

Share

Leave a Reply