ଅନୁଗୁଳ: ସହରର ପରିମଳ କଥା ବୁଝୁଥିବା ପୌର କର୍ମଚାରୀ ଯଦି ନିଜେ ସ୍ବଚ୍ଛତାର ଅର୍ଥ ନ ବୁଝିବେ ତେବେ କାହାକୁ କହିବା।ଏଭଳି ଏକ ପରିସ୍ଥିତିରେ ଗତ କାଲି ଜଣେ ପୌର କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ପୌରପାଳିକା କ୍ୟାସିୟର ପ୍ରଦୀପ ସାହୁ(କ) କାର୍ଯ୍ୟାଳୟରେ ବସି ପାନ ଛେପ ପକାଉଥିଲା ବେଳେ ନିର୍ବାହୀ ଅଧିକାରୀଙ୍କ ନଜରକୁ ଆସିଥିଲା। ଡ୍ୟୁଟି ସମୟରେ ପାନ ଖାଇବା, ଏବଂ ଡ଼ଷ୍ଟବିନକୁ ସଫା ନରଖିବା ଅପରାଧରେ ତାଙ୍କୁ ତତକ୍ଷଣାତ୍ ୫୦୦ ଟଙ୍କା ଫାଇନ୍ କଟା ଯାଇଥିଲା। ମୁଣ୍ଡ କାନ ଆଉଁସି ଟଙ୍କା ଗଣି ଦେଇଥିଲେ କ୍ୟାସିୟର୍ ।
ପାନ ଛେପ ପକାଇ ତଣ୍ଡ ଗଣିଲେ କ୍ୟାସିୟର
- Post published:September 2, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul