ଅନୁଗୁଳରେ ଅଚଳ ହୋଇ ପଡ଼ିଛି ସିସିଟିଭି: କୋଉଠି ମୁହଁ ତଳକୁ ତ ଆଉ କୋଉଠି ଝୁଲି ରହିଛି ଲେନ୍ସ

You are currently viewing ଅନୁଗୁଳରେ ଅଚଳ ହୋଇ ପଡ଼ିଛି ସିସିଟିଭି: କୋଉଠି ମୁହଁ ତଳକୁ ତ ଆଉ କୋଉଠି ଝୁଲି ରହିଛି ଲେନ୍ସ

ଅନୁଗୁଳ: ଅନୁଗୁଳ ସହରରେ ଚୋରି ରାହାଜାନୀ, ଯାନବାହାନ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୋଲିସ ପ୍ରଶାସନ ସହରର ବିଭିନ୍ନ ସ୍ଥାନରେ ସିସି ଟିଭି ଲଗାଇଛି। କିନ୍ତୁ କୋଉଠି ସିସିଟିଭି କାମ କରୁନି ତ ଆଉ କୋଉଠି ଭାଙ୍ଗି ଯାଇ ଝୁଲି ରହିଛି।

ଅନୁଗୁଳ ସହର ପଞ୍ଚମହଲା ଛକ ରାଜପଥ ପାର୍ଶ୍ଵରେ ଲାଗିଥିବା ସିସି ଟିଭି ତଳ ମୁହାଁ ହୋଇରହିଛି। ସଠିକ୍ ସ୍ଥାନରେ ନ ରହି ତାହା ତଳକୁ ଝୁଲି ରହିଛି। ଫଳରେ ସିସି ଟିଭିର କ୍ୟାମେରା ଲେନ୍ସ ଫୋକସ କରିବା ଜାଗାରେ ଫୋକସ ନ କରି ଅନ୍ୟ ଆଡ଼େ ମୁହଁ କରିଛି। ଦୀର୍ଘ ଦିନ ହେଲାଣି ଏହି ସିସିଟିଭି ଏପରି ଝୁଲି ରହିଛି। ଏଣୁ ଏହା କେମିତି ଘଟଣା ଦୁର୍ଘଟଣା ଉପରେ ନଜର ରଖୁଥିବ ତାହା ସହଜରେ ଅନୁମେୟ।

ତେବେ କେବଳ ଏହି ଗୋଟିଏ ନୁହେଁ, ସହରର ଅନ୍ୟ ସ୍ଥାନରେ ମଧ୍ୟ ସମାନ ଅବସ୍ଥା। ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି।

Share

Leave a Reply