ଅନୁଗୁଳରେ ଜନଗଣନା ତାଲିମ ଶିବିର ଶେଷ: ୪୪ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ

You are currently viewing ଅନୁଗୁଳରେ ଜନଗଣନା ତାଲିମ ଶିବିର ଶେଷ: ୪୪ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଜନଗଣନା ୨୦୨୭ ସମ୍ବନ୍ଧୀୟ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୪୪ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପରିସମାପ୍ତି ପ୍ରମାଣପତ୍ର ପ୍ରଦାନ କରିଥିଲେ। ଜନଗଣନା କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଦାୟିତ୍ୱ ହୋଇଥିବାରୁ ଏହାକୁ ଅତ୍ୟନ୍ତ ନିଷ୍ଠା ଓ ଯତ୍ନର ସହିତ ସମାପନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏହି ଶିବିରରେ ଛେଣ୍ଡିପଦା ତହସିଲଦାର ମାନସ ରାୟ ଏବଂ ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ସନ୍ଦୀପ ରାଉତ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ଦୀପକ କୁମାର ବୈଷୟିକ ତାଲିମ ପ୍ରଦାନରେ ସହାୟତା କରିଥିବା ବେଳେ ସହକାରୀ ଜିଲ୍ଲାପାଳ ସଞ୍ଜୟ କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଡେପୁଟୀ କଲେକ୍ଟର ତଥା ଅତିରିକ୍ତ ଜିଲ୍ଲା ଜନଗଣନା ଅଧିକାରୀ ଜୟକୃଷ୍ଣ ପାତ୍ର ସୂଚାରୁରୂପେ ପରିଚାଳନା କରିଥିଲେ। ଏହି ପ୍ରଶିକ୍ଷଣ ଆଗାମୀ ଜନଗଣନା କାର୍ଯ୍ୟକୁ ଅଧିକ ସହଜ ଓ ତ୍ରୁଟିଶୂନ୍ୟ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Share

Leave a Reply