ଗଣେଶ ପୂଜା କମିଟିର ନୂତନ ସଦସ୍ୟ ଚୟନ, ଚଳିତବର୍ଷ ଆଉ ୫ଟି ନୂଆ ମେଢ଼ କରିବାକୁ ନିଷ୍ପତ୍ତି

You are currently viewing ଗଣେଶ ପୂଜା କମିଟିର ନୂତନ ସଦସ୍ୟ ଚୟନ, ଚଳିତବର୍ଷ ଆଉ ୫ଟି ନୂଆ ମେଢ଼ କରିବାକୁ ନିଷ୍ପତ୍ତି

ଅନୁଗୁଳ: ସ୍ଥାନୀୟ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଦ୍ଵିତୀୟ ସାଧାରଣ ପରିଚାଳନା କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକରେ ନୂତନ ସଦସ୍ୟ ଚୟନ କରାଯାଇଥିଲା।

ସଭାପତି ଭାବେ ରଶ୍ମିରଞ୍ଜନ ସାହୁ, ସେକ୍ରେଟାରୀ ଭାବେ ଶିବାନୀ ଶଙ୍କର ଗୌଡ଼, ଉପସଭାପତି ଭାବେ ଦେବବ୍ରତ ପ୍ରଧାନ ଓ ସୌମ୍ୟ ପ୍ରସାଦ ଦେବତା ପ୍ରମୁଖଙ୍କୁ ଚିହ୍ନଟ କରାଯାଇଛି।

ଚଳିତବର୍ଷ ଗଣେଶ ପୂଜାରେ ୧୫ଟି ମେଢ଼ ହେବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ସେଥିରୁ ୧୦ଟି ପୁରୁଣା ଥିବା ବେଳେ ନୂତନ ଭାବେ ଆଉ ୫ଟି ମେଢ଼ ହେବ ବୋଲି କମିଟି ସଭାପତି ସୂଚନା ଦେଇଛନ୍ତି।

Share

Leave a Reply