ଅନୁଗୁଳ: ଆଗାମୀ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ୧୧ ଦୁର୍ଗା ପୂଜା କମିଟି ଏବଂ ୨୭ ଲକ୍ଷ୍ମୀ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଆଜି ସ୍ଥାନୀୟ ଟାଉନ ହଲରେ ଶାନ୍ତି କମିଟି ବା ସେଣ୍ଟ୍ରାଲ ପୂଜା କମିଟିର କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହେବାର ଥିଲା। ଏହି ପୂଜା କମିଟିର କର୍ମକର୍ତ୍ତା ହେବା ପାଇଁ କିଛି କର୍ମକର୍ତ୍ତା ସ୍ଵତନ୍ତ୍ର ରଣ କୌଶଳ ମଧ୍ୟ କରି ଯାଇଥିଲେ। ଏହି ସମାରୋହରେ ଗତ ବର୍ଷର ସେଣ୍ଟ୍ରାଲ ପୂଜା କମିଟିର ସଭାପତି ଅକ୍ଷୟ ସାମନ୍ତ,ଉପ ସଭାପତି ସୁନିଲ ସାହୁ,ସେକ୍ରେଟାରୀ ଦିଲୀପ ପ୍ରଧାନଙ୍କ ସମେତ ପଦ୍ମଚରଣ ସାହୁ,କିଶୋର କର,ଅକ୍ଷୟ କୁମାର ଦାସ ଏବଂ ଅନ୍ୟମାନେ ମଞ୍ଚାସିନ ଥିଲେ। ଯେତେବେଳେ ନୂତନ କର୍ମକର୍ତ୍ତା ଚୟନ ପ୍ରସଙ୍ଗ ଆସିଲା ସେତେବେଳେ ହଟ୍ଟ ଗୋଳ ଆରମ୍ଭ ହୋଇଯାଇଥିଲା। ନୂତନ କର୍ମକର୍ତ୍ତା ଚୟନ ନେଇ ମତଭେଦ ହେବାରୁ ଅନେକ ସଦସ୍ୟ ହଲ ଛାଡି ଚାଲିଯାଇଥିଲେ।
ସେଣ୍ଟ୍ରାଲ ପୂଜା କମିଟି ଗଠନ ଫୁସ୍କିଗଲା
- Post published:October 11, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul