ଅନୁଗୁଳ: କେନ୍ଦ୍ର କୋଇଲା ଓ ଖଣି ରାଜ୍ୟ ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଦିନିକିଆ ଗସ୍ତରେ ଆସି ଶନିବାର ନାଲକୋ ସିପିପି ଓ ସ୍ମେଲଟର ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ଅପରାହ୍ନରେ ଶ୍ୱେତନିବାସ ଅତିଥି ଭବନ ଠାରେ ମନ୍ତ୍ରୀ ଶ୍ରୀ ଦୁବେଙ୍କୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଅବଦ୍ଦଲ ଏମ ଅକତର, ନାଲକୋ ସିଏମଡି ଡ଼ଃ ଶ୍ରୀଧର ପାତ୍ର ସ୍ୱାଗତ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନୀୟ ବିଜେପି ନେତା ଅନୀଲ ବେହେରା, ଅମୀୟ ତ୍ରିପାଠୀ, ବିଷ୍ଣୁ ଚରଣ ବେହେରା, ରୋଜାଲିନ ଦାସ, ସରପଞ୍ଚ ଜୟନ୍ତୀ ବେହେରା, ଶ୍ରମିକ ନେତା ମୁନା ସାମଲ, ପ୍ରକାଶ ଚନ୍ଦ୍ର ସିଂହ, ନାଲକୋ ଇଡି (ଏସ ଆଣ୍ଡ ପି) ଜିଜିଏମ ଶୁଭେନ୍ଦୁ କୁମାର ନାୟକ, ଡିଜିଏମ ରାଜାରାମ ମିଶ୍ର, ଏଜିଏମ ସମୀର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ମନ୍ତ୍ରୀ ଶ୍ରୀ ଦୁବେ ସ୍ମେଲଟର ପ୍ଲାଣ୍ଟ, ସିପିପି ପ୍ଲାଣ୍ଟ, ଟାଉନସିପ ପରିସରରେ ଥିବା ନାଲକୋ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ନାଲକୋ କାରଖାନା ଓ ତାଳଚେର କୋଇଲା ଖଣି ସୁରକ୍ଷା ଓ ଉନ୍ନୟନ ସମ୍ବନ୍ଧିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ନାଲକୋ ଠିକା ମଜଦୁର ସମନ୍ୱୟ କମିଟି ବାବୁଲି ସେଠୀ, ଶଶାଙ୍କ ଶେଖର ସାମଲ, ବିନୟ ପାତ୍ର, ଭୀମସେନ ସାହୁ, ମଳୟ ପରିଡ଼ା, ପ୍ରସନ୍ନ ମହାନ୍ତି, ଅଶୋକ ଛୋଟରାୟ, ଅନିଲ ବରାଳ, ରଞ୍ଜିତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।