ଚା’ ଵାଲା ଖୋଜୁଛି ….

You are currently viewing ଚା’ ଵାଲା ଖୋଜୁଛି ….

ଅନୁଗୁଳ: ସକାଳ ଚା’ ଖଟିରେ ଜଣେ ଭଦ୍ର ଲୋକ ଗପୁଥିଲେ। ଝାରଖଣ୍ଡି ଚା’ ଵାଲା କଥା। ଆମେ ପଚାରିଲୁ କଣ ହେଇଛି। ଭଦ୍ର ଲୋକ ଜଣକ କହିବା ଆରମ୍ଭ କଲେ ଗୋଟେ ଅଫିସ କାମରେ ଜିଲ୍ଲା କର୍ଯ୍ୟାଳୟକୁ ଯାଇଥିଲି। ବୁଲୁ ବୁଲୁ ନାଲି ଚା’ ଦେଖି ଟିକେ ଦେବାକୁ କହିଲି।ଚା’ ପିଉଥିବା ବେଳେ କହିଲା – ବାବୁ ଧଳା ସାର୍ଟ ପ୍ୟାଣ୍ଟ ପିନ୍ଧା, ଏମିତିକା ମୁହଁ,ଏମିତିକା ରଙ୍ଗର ବାବୁଙ୍କୁ ଚିନ୍ହିଛନ୍ତି କି? ମୁଁ ମୁଣ୍ଡ ହଲେଇ ନାହିଁ କଲି। ଆଶ୍ଚର୍ଯ୍ୟ ହୋଇ ପଚାରିଲି କଣ କାମ ଅଛି। ଚା’ ଵାଲା କୁଂଥୁ କୁଂଥୁ ହୋଇ କହିଲା କଣ କି ଧଳା ସାର୍ଟ ପ୍ୟାଣ୍ଟରେ ଥିବା ଉକ୍ତ ବାବୁ ଜଣକ ଦିନେ ଏଇଠି କହିଲେ – ଆମ ବାବୁ ପିଇବେ ପାଞ୍ଚ କପ ନାଲି ଚା’ ଭଲକରି ବନେଇ ଏ ଥରମୋଫ୍ଲାସ୍କରେ ଦେ। ମୁଁ ଚା’ ବଢ଼େଇ ପଇସା ମାଗିବାରୁ,କହିଲେ ଏଇ ଗଲି ଏଇ ଆସିଲି …। କିନ୍ତୁ ସାର,ବାବୁ ଚା’ ନେଇ ଗଲେ ଯେ ଗଲେ, ଆଉ ଫେରିଲେନି। ସେଇ ଦିନୁ ତାଙ୍କୁ ଖୋଜୁଛି। ମୁଁ ଆଉ କଣ କହିବି, ଗୋଟେ କାମ କର ବାଲ୍ଟିରେ ଲେଖି ଦେ ନୂଆ ବର୍ଷରୁ ” ନୋ କ୍ରେଡିଟ” ।

Share

Leave a Reply