ଚକାଡୋଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

You are currently viewing ଚକାଡୋଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅନୁଗୁଳ: ବଣିଆବାହାଳ ୱାର୍ଡ ନଂ୯ ରେ ଥିବା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚକାଡୋଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଏଚଏଲ ୨୦୨୪ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ ଟାଉନ ବିଜେପି ଯୁବ ସଭାପତି ସୌମ୍ୟ ରଞ୍ଜନ ସାହୁ। ଖେଳ ଦ୍ଵାରା ଶାରୀରିକ ଦକ୍ଷତା ବୃଦ୍ଧି ପାଇବା ସହ ଭାଇଚାରା ବଢ଼ି ଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୂଆ ମୌଜା ସରପଞ୍ଚ ବିକାଶ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏକ ଶହରୁ ଉର୍ଦ୍ଧ୍ବ ଯୁବ କ୍ରୀଡ଼ାପ୍ରେମୀ ଏହି ଟୁର୍ଣ୍ଣାମେଣ୍ଟରେ ଜଡ଼ିତ ଥିବା ବେଳେ ୱାର୍ଡ ନଂ ୭,୮,୯ ଓ ଲିଙ୍ଗରାଯୋଡ଼ି ପଞ୍ଚାୟତର ଟିମ୍ କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି । ଶତାଧିକ କ୍ରୀଡ଼ାପ୍ରେମୀ ଏହି ପ୍ରତିଯୋଗିତାରେ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ ।

Share

Leave a Reply