ଅନୁଗୁଳରେ ଚାନ୍ଦି ଭଣ୍ଡାର ଉଦ୍‌ଘାଟିତ

You are currently viewing ଅନୁଗୁଳରେ ଚାନ୍ଦି ଭଣ୍ଡାର ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ଅମଲାପଡ଼ାରେ ରୁପା ଗହଣାର ପ୍ରମୁଖ ସୋ’ରୁମ୍ ଚାନ୍ଦି ଭଣ୍ଡାର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହା ରାଜ୍ୟର ଚତୁର୍ଥ ଷ୍ଟେର। ଏହି ନୂଆ ସୋ’ରୁମ୍‌ରେ ରହିଛି ନିଖୁଣ ଡିଜାଇନ୍‌ ବିଶିଷ୍ଟ ଭଳିକି ଭଳି ସିଲ୍‌ଭର ଷ୍ଟେଟ୍‌ମେଣ୍ଟ ଜୁଏଲେରୀ, ଉପହାର, କଟଲେରି, ରୁପାରେ ପ୍ରସ୍ତୁତ ବିଭିନ୍ନ କଳାକୃତି ଏବଂ ଆହୁରି ଅନେକ କିଛି। ଗ୍ରାହକ ଓଡ଼ିଶାର ଏହି ଅନ୍ୟତମ ଅଗ୍ରଣୀ ରୁପା ଗହଣା ଏବଂ ପ୍ରିମିୟମ ଗିଫ୍ଟ ଷ୍ଟୋରରୁ ବିଭିନ୍ନ ଆକର୍ଷଣୀୟ ରୁପା ସାମଗ୍ରୀ ପାଇପାରିବେ ବୋଲି ସୋ’ରୁମର ତତ୍ବାଧାରକ ମଣିକ ହଂସ କହିଛନ୍ତି। ଉଦ୍‌ଘାଟନୀ ଅବସରରେ ବ୍ରାଣ୍ଡ ନ୍ୟୁ କଲେକ୍ସନ ‘ପଣିହାରୀ’କୁ ଉନ୍ମୋଚନ କରାଯାଇଛି। ଏ କଲେକ୍ସନରେ ରହିଛି ନିଖୁଣ ଡିଜାଇନବିଶିଷ୍ଟ ରୁପା ଷ୍ଟେଟ୍‌ମେଣ୍ଟ ଜୁଏଲେରୀ ଯେପରି ଚୋକର୍, ପେଣ୍ଡେଣ୍ଟ, ବ୍ରେସ୍‌ଲେଟ୍‌, ଆଡ୍‌ଜଷ୍ଟେବଲ ଷ୍ଟ୍ରାପ୍, ଇୟରିଂ, ମୁଦି, ପାଉଁଜି ଏବଂ ଆହୁରି ଅନେକ କିଛି। ସୀମିତ ସମୟ ପାଇଁ ଉଦ୍‌ଘାଟନୀ ଅଫର ମଧ୍ୟ ଘୋଷଣା କରାଯାଇଛି। ଗ୍ରାହକ ଜୁଲାଇ ୨୪ ଯାଏ ଗଢ଼ା ମଜୁରି ଉପରେ ଫ୍ଲାଟ ୫୦ପ୍ରତିଶତ ରିହାତି ପାଇପାରିବେ। ସୋ’ରୁମ୍‌ର ପ୍ରତିଶ୍ରୁତି ମୁତାବକ ଗ୍ରାହକଙ୍କୁ ମାଗଣା ଲାଇଫ୍‌ଟାଇମ୍ କ୍ଲିନିଂ, ସର୍ବୋତ୍ତମ ଏକ୍ସଚେଞ୍ଜ ପଲିସି, ହଲ୍‌ମାର୍କଯୁକ୍ତ ଏବଂ କ୍ଵାଲିଟି ଉତ୍ପାଦ ଯୋଗାଇ ଦିଆଯାଉଛି। ଏକାଧିକ ରେଞ୍ଜ ସିଲ୍‌ଭର ଉତ୍ପାଦରେ କଷ୍ଟମାଇଜେସନ ସୁବିଧା ରହିଛି। ଲୋକେ ଏଠାରେ ଭାଲ୍ୟୁ ଫର୍ ମନି ଅନୁଭୂତି ପାଇବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ା ସରୋଜ କୁମାର ନାଏକ ଓ ମୁକେଶ କୁମାୱତ ପ୍ରମୁଖ ସାମିଲ ହୋଇଥିଲେ।

Share

Leave a Reply