ଭୋଟ ମାଗିବାକୁ ଯାଇଥିବା ନେତାଙ୍କୁ ୪୦୦୦ ଟଙ୍କିଆ ହ୍ୱିସ୍କି ଅର୍ଡର ଦେଲେ ଅଧ୍ୟାପକ, ଇଲେକ୍ସନ ସରିଗଲା ପଛେ ଧରାଛୁଆଁ ଦେଉନାହାନ୍ତି ପ୍ରାର୍ଥୀ

0

ଅନୁଗୁଳ: ସାଧାରଣ ଜୀବନରେ ଆମେ ନୈତିକତା, ମୂଲ୍ୟବୋଧ ଉପରେ ଅନେକ କଥା କହିଥାଉ। ଚା ଖଟି, ସୋସିଆଲ ମିଡିଆ, ଭାଷଣ ଆଦି ମାଧ୍ୟମରେ ଏ ସବୁର ପ୍ରଚାର ପ୍ରସାର ମଧ୍ୟ କରୁ। କିନ୍ତୁ ପ୍ରକୃତରେ କିଛି ହାତ ଗଣତି ଲୋକଙ୍କୁ ଛାଡ଼ି ଦେଲେ ବାକି କେହି ବି ଏହାକୁ ଦୈନନ୍ଦିନ ଜୀବନରେ କାମରେ ଲଗାଇ ନଥାନ୍ତି।

ନିକଟରେ ସରିଥିବା ନିର୍ବାଚନ ବେଳେ ଏମିତି ଅନେକ ମିଛ ପ୍ରତିଶ୍ରୁତି ଦେଉଥିବା ନେତାଙ୍କୁ ଆମେ ଦେଖିଛେ, ଯାହାକୁ ନେଇ ଏବେ ଅନୁଗୁଳରେ ବେଶ୍ ଚର୍ଚ୍ଚା ହେଉଛି।

ଏଠାରେ ଜଣେ ଆଭିଜାତ୍ୟ ସମ୍ପନ୍ନ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଭୋଟ ପାଇଁ ଜଣେ  ପ୍ରାର୍ଥୀଙ୍କ ଠାରୁ ଚାରି ହଜାର ଟଙ୍କା ହାତେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।ସେହିପରି ଆଉ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭୋଟ ଦେବାକୁ କହି ଦୁଇ ପ୍ରମୁଖ ଦଳଠୁ ମୋଟା ଅଙ୍କର ମାଲ ନେଇଥିବା ଶୁଣିବାକୁ ମିଳୁଛି। ତେବେ ବର୍ତ୍ତମାନ ଆଉ ଜଣେ ପ୍ରାର୍ଥୀଙ୍କୁ ନେଇ ଏବେ ଚର୍ଚ୍ଚା ସବୁଠୁ ଅଧିକ।

କୁହାଯାଉଛି ଯେ ଜଣେ ନେତା ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରକୁ ପ୍ରଚାରରେ ଯାଇଥିଲେ। କିନ୍ତୁ ଅଧ୍ୟାପକ ଜଣକ ଭୋଟ ପାଇଁ ତାଙ୍କୁ ଟଙ୍କା ପଇସା ନ ମାଗି ଖଣ୍ଡେ ଚିଟ୍ ବଢାଇ ଦେଇଥିଲେ। ଆଉ କହିଥିଲେ ଏଇଟା ମୋ ପସନ୍ଦ। ପାରୁଛ ଯଦି ଏଇଟା ଆଣିଦିଅ। ଭୋଟ ପାଇବା ଲୋଭରେ ପ୍ରାର୍ଥୀ ଜଣକ ତା ପର ଦିନ ହିଁ କାଗଜରେ ଲେଖା ଥିବା ଜିନିଷ ଆଣିବାକୁ ଜଣଙ୍କୁ ପଠାଇ ଥିଲେ। କିନ୍ତୁ ଦୋକାନୀ କହିଥିଲା ଯେ କାଗଜରେ ଲେଖା ଥିବା ଜିନିଷଟି ହେଉଛି ଜାକ୍ ଡାନିଏଲ ସ୍କଚ୍ ହ୍ୱିସ୍କି। ନେତା ଜଣକ ଭାବିଥିଲେ, ସାମାନ୍ୟ ମଦ ତ ସେ ଦେଇଦେବେ। କିନ୍ତୁ ଯେତେବେଳେ ଦୋକାନୀ ଠାରୁ ତା ଦାମ୍ ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କାରଣ ଏହି ହ୍ୱିସ୍କିର ଦାମ୍ ଥିଲା ଚାରି ହଜାର ଟଙ୍କା। ଖଣ୍ଡେ ଭୋଟ୍ ପାଇଁ କିଏ ଏତେ ଟଙ୍କା ଖର୍ଚ୍ଚ କରିବ ଭାବି ପ୍ରାର୍ଥୀ ଜଣକ ଆଉ ଅଧ୍ୟାପକଙ୍କୁ ଧରା ଛୁଆଁ ଦେଲେନି। ଏବେ ନିର୍ବାଚନ ସରିବା ପରେ ଏହି କଥା ସହରର ବିଭିନ୍ନ ଖଟିରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.

error: Content is protected !!