ଅନୁଗୁଳ : ଆଜି ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଏହି ଭିତ୍ତି ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ନଗରପାଳ ଅକ୍ଷୟ କୁମାର ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ତ୍ତ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ନାୟକ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଗଙ୍ଗାଧର କର ଉପସ୍ଥିତ ଥିଲେ। ଏହି ଛାତ୍ରୀ ନିବାସ ହେବା ପରେ ଛାତ୍ରୀ ମାନଙ୍କର ମୌଳିକ ସୁବିଧା ପୂରଣ ହୋଇପାରିବ ବୋଲି ଏ ଅବସରରେ କହିଛନ୍ତି ଉପ ବାଚସ୍ପତି।
ସରକାରୀ ମହାବିଦ୍ୟାଳୟରେ ନୂତନ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି ରଜନୀକାନ୍ତ ସିଂହ
- Post published:April 6, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau


