ମା’ ଦକ୍ଷିଣକାଳୀ କ୍ରିକେଟ କ୍ଲବର ଫାଇନାଲ୍ ମ୍ୟାଚ୍, ଛେଳିଆପଡା ଚାମ୍ପିୟନ

You are currently viewing ମା’ ଦକ୍ଷିଣକାଳୀ କ୍ରିକେଟ କ୍ଲବର ଫାଇନାଲ୍ ମ୍ୟାଚ୍, ଛେଳିଆପଡା ଚାମ୍ପିୟନ

ଅନୁଗୁଳ: ସ୍ଥାନୀୟ ବସଲା ମା ଦକ୍ଷିଣକାଳୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଆଜିର ଫାଇନାଲ ମ୍ୟାଚ ବଳୁଅକଟା ଓ ଛେଳିଆପଡା ମଧ୍ୟରେ ଖେଳାଯାଇଛି। ଛେଳିଆପଡା ପ୍ରଥମ ୨ ଟି ମ୍ୟାଚ ଜିତି ଚାମ୍ପିୟନ ହୋଇଛି।
ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟବକ୍ତା ଭାବରେ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ଯୋଗ ଦେଇଥିଲେ। ଅତିଥିମାନେ ବିଜେତା ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଧାନ କରିଥିଲେ।

ଆଜିର ମ୍ୟାଚକୁ ବିଦ୍ୟାଧର ବେହେରା ଓ ଆଲୋକ ସାହୁ ପରିଚାଳନା କରିଥିଲେ। ସ୍କୋର ଦାୟିତ୍ୱରେ ସନ୍ତୋଷ ସାହୁ ଓ ଅବିନାଶ ସାହୁ ଥିଲେ। କ୍ଲବର ସଭାପତି କଳିଙ୍ଗ ବେହେରା, ଉପସଭାପତି ମନୋଜ ସାହୁ, କିଶନ ବେହେରା, ସଚ୍ଚିଦାନନ୍ଦ ସାହୁ, ବିଜୟ ଘଡେଇ, ଦେବାଶିଷ ସାହୁ, କେଦାର ବେହେରା, ଅନିଲ ବେହେରା , ଦେବାଶିଷ ସାହୁ, ଗଣେଶ୍ୱର ସାହୁ, ଅନିରୁଦ୍ଧ ସାହୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ସୌମ୍ୟ ସାହୁ ଓ ନିରେଖ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ।

Share

Leave a Reply