ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ, ପଦଯାତ୍ରା ଆୟୋଜିତ

You are currently viewing ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ, ପଦଯାତ୍ରା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ ନିମନ୍ତେ ଏକ ଜନ ସଚେତନତା ପଦଯାତ୍ରା ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଆୟୋଜିତ ହୋଇଛି। ଏହା ବିକାଶ ମେଳା ଠାରୁ ବାହାରି ଅନୁଗୁଳ ସହର ପରିକ୍ରମା କରିଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଆଇଏଏସ୍ ପ୍ରୋବେସନର କସ୍ତୁରୀ ସି, ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ଜିଲ୍ଲା ଶ୍ରମ ଅଧିକାରିଣୀ (କଲ୍ୟାଣ) ଲିରିକା ରାୟ, ଜିଲ୍ଲା ଶ୍ରମ ଅଧିକାରିଣୀ (ପ୍ରବର୍ତ୍ତନ) ପ୍ରିୟମ୍ବଦା ସ୍ୱାଇଁ, ସହକାରୀ ଶ୍ରମ ଅଧିକାରୀ ଦେବ ପ୍ରସାଦ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଟ୍ରେଡ ୟୁନିୟନର ସଦସ୍ୟ, ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି ସମେତ ଶ୍ରମ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply