ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁଦିବସ ପାଳିତ, ଆଇନ ଶିକ୍ଷା ନେଲେ ଛାତ୍ରଛାତ୍ରୀ

You are currently viewing ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁଦିବସ ପାଳିତ, ଆଇନ ଶିକ୍ଷା ନେଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ କୁମଣ୍ଡ-ଜରସିଂହା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଛି। ଏ ଅବସରରେ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ, ଛାତ୍ରଛାତ୍ରୀଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ ଓ କିଶୋର ନ୍ୟାୟ ଆଇନ ସମ୍ପର୍କରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ, ଡିଏସପି ଯୋଗେଶ୍ୱରୀ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସୁଜାତା ଦାସ, ଲିଗାଲ ପ୍ରୋବେସନ ଅଫିସର ପ୍ରଦୀପ କୁମାର ନାୟକ, ମମତାରାଣୀ ମହାପାତ୍ର, ଶିକ୍ଷକ ସରୋଜ କୁମାର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିଶୁଦିବସର ମହତ୍ତ୍ଵ, ଭାରତୀୟ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ, ଯୌନ ଅପରାଧରୁ ସୁରକ୍ଷା ଆଇନ୍, ଆଇନ ଅନୁଯାୟୀ ଦୋଷୀକୁ ଦଣ୍ଡ, ସରକାରଙ୍କ ତରଫରୁ ପୀଡ଼ିତଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା, କିଶୋର ନ୍ୟାୟ ଆଇନ ଇତ୍ୟାଦି ବିଷୟରେ ବୁଝାଯାଇଥିଲା।

କାର୍ଯ୍ୟକ୍ରମରେ କୁମଣ୍ଡ- ଜରସିଂହା ଉଚ୍ଚ ବିଦ୍ୟାଳୟର ଦୁଇଶହରୁ ଅଧିକ ଛାତ୍ରଛାତ୍ରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ନିହାର ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply