ବନାଗ୍ନୀ ନିରାକରଣ ପାଇଁ ସମନ୍ୱୟ ବୈଠକ

You are currently viewing ବନାଗ୍ନୀ ନିରାକରଣ ପାଇଁ ସମନ୍ୱୟ ବୈଠକ

ଅନୁଗୁଳ: ସ୍ଥାନୀୟ ସର୍କିଟ ହାଉସ ସଭା କକ୍ଷରେ ଜିଲ୍ଲା ବନ ବିଭଗ ପକ୍ଷରୁ ମଣ୍ଡଳ ସ୍ତରୀୟ ବନାଗ୍ନୀ ନିରାକରଣ ନେଇ ଏକ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଆରସିସିଏଫ ସୁଧାଂଶୁ ଶେଖର ଖେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଢେଙ୍କାନାଳ ଦିଏଫଓ ସୁମିତ କୁମାର କର, ଆଠମଲ୍ଲିକ ଡିଏଫଓ ସନ୍ତୋଷ କୁମାର କପୁଲା, ସତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା, ଅନୁଗୁଳ ସର୍କଲ ଡିସିଏଫ ରାଜେନ୍ଦ୍ର ଗୋଛାୟତ ଏବଂ ଅନ୍ୟ ବହୁ ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ। ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁକୁ କିଭଳି ରୋକା ଯାଇ ପାରିବ ସେଥିନେଇ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଥିବା ଅଞ୍ଚଳ ଠାବ କରିବା ଏବଂ ନିଆଁ ଲାଗିଲେ ତାକୁ କିଭଳି ଲିଭା ଯିବ ସେଥିନେଇ ମଧ୍ୟ ଆଲୋଚନା ହୋଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ସହମିଶି ନିର୍ବାପନ କୌଶଳ ନିର୍ଧାରଣ କରିବା, ଜଙ୍ଗଲରେ ରହୁଥିବା ଲୋକଙ୍କୁ ନିଆଁର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଉପରେ ମଧ୍ୟ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ।

Share

Leave a Reply