୪ ଫୁଟ୍ ଲମ୍ବର ନାଗ ସାପ ଉଦ୍ଧାର

You are currently viewing ୪ ଫୁଟ୍ ଲମ୍ବର ନାଗ ସାପ ଉଦ୍ଧାର

ଅନୁଗୁଳ: ସ୍ଥାନୀୟ ସାକସିଙ୍ଗା ଗାଁର ଜଣକ ଘରୁ ଆଜି ଏକ ବିରାଟକାୟ ନାଗ ସାପ ଉଦ୍ଧାର ହୋଇଛି।

ସୂଚନା ମୁତାବକ, ସାକସିଙ୍ଗାର ବୁଲୁ ସାହୁ ନିଜ ଘର ଭିତରେ ଏକ ସାପ ଦେଖିଥିଲେ। ଏନେଇ ସେ ସର୍ପ ଉଦ୍ଧାରକାରୀ ରାଧାମୋହନ ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଖବର ପାଇ ରାଧା ମୋହନ ଏବଂ ତାଙ୍କ ସାଥି ପିଣ୍ଟୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି। ଏହା ଏକ ୪ ଫୁଟ୍ ଲମ୍ବର ନାଗ ସାପ ବୋଲି ଜଣାଯାଇଛି। ଉଦ୍ଧାର ପରେ ସାପଟିକୁ ନିକଟରେ ଥିବା ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିବା ରାଧା ମୋହନ ସୂଚନା ଦେଇଛନ୍ତି।

Share

Leave a Reply